ସ୍ୱତନ୍ତ୍ର ସଚିବ ପାହ୍ୟାକୁ ୫ଜଣ ବରିଷ୍ଠ ଓଏଏସ୍‌ଙ୍କ ପଦୋନ୍ନତି

ଭୁବନେଶ୍ୱର : ଅତିରିକ୍ତ ଶାସନ ସଚିବ ପଦବିରେ କାର୍ଯ୍ୟ କରୁଥିବା ୫ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି ହିମାଂଶ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ ଘରୋଇ ସଚିବ; ଉମାକାନ୍ତ ତ୍ରିପାଠୀ, ଶ୍ରମ ବିଭାଗର ଅତିରିକ୍ତ ସଚିବ; ସିର୍ଦ୍ଧାର୍ଥ ଧଳ, ନିର୍ଦେଶକ, ଟେକ୍ସଟ୍‌ବୁକ୍‌୍‌ ବ୍ୟୁରୋ; ସୁରଜିତ୍‌ ଦାସ, ଶକ୍ତି ବିଭାଗର ଅତିରିକ୍ତ ସଚିବ ଓ ଶୁଭେନ୍ଦୁ କାନୁନଗୋ, ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ। ସେମାନେ ନିଜ ନିଜ ପଦବିରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ସେହିପରି ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ୍‌ ଅଫିସର ବିଭାସ କାନୁନଗୋଙ୍କୁ ସେହି ବିଭାଗର ଅତିରିକ୍ତ ସଚିବ ଭାବେ ସର୍ତମୂଳକ ପଦୋନ୍ନତି ଦିଆଯାଇଛି।

ସମ୍ବନ୍ଧିତ ଖବର