୫ ଓଏଏସ୍‌ ଅଫିସର୍‌ଙ୍କ ବଦଳି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଚାରିଟି ବ୍ଲକ୍‌ରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି। ମହାକାଳପଡ଼ାରେ ଦେବାଶିଷ ରାଉତ, ତିହିଡ଼ିରେ ଶରତ କୁମାର ମଲ୍ଲିକ, ବଲାଙ୍ଗୀରରେ ବାସୁଦେବ ମହାପାତ୍ର, ସାଲେପୁରରେ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। କମଲଜିତ ଦାସଙ୍କୁ ସ୍ମାର୍ଟ ସିଟି ମହାପ୍ରବନ୍ଧକ ଭାବେ ନିଯୁକ୍ତି ମିଳିଛି। ସମ୍ପଦ କୁମାର ଦଳାଇଙ୍କୁ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର