ଭୁବନେଶ୍ବର : ପାଞ୍ଚଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଆଉ ୭ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।
ବଦଳି ହୋଇଥିବା ୫ଜଣ ଓଏଏସ୍ ଅଧିକାରୀମାନେ ହେଉଛନ୍ତି ଶିବନାରାୟଣ ନନ୍ଦ, ଦେବେନ୍ କୁମାର ପ୍ରଧାନ, ଅବନୀକାନ୍ତ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସର୍ବେଶ୍ବର ସିଂହ। ଏମାନଙ୍କ ବ୍ୟତୀତ ୭ଜଣ ଓଏଏସ୍ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ପ୍ରଭାତ କୁମାର ମହାପାତ୍ର, ଶ୍ରାବଣୀ ପଟ୍ଟନାୟକ, ଶତ୍ରୁଘ୍ନ କର, ପ୍ରକାଶ ଚନ୍ଦ୍ର ମହାନ୍ତି, ସରୋଜ କୁମାର ସାହୁ, ସୁବାଶିଷ ମାନସିଂ ଓ ଅରୁଣ କୁମାର ବିଶ୍ବାଳ। ସେମାନଙ୍କୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ନିଜ ନିନ ପଦବିରେ ରହିବାକୁ ଅନୁମତି ଦିଆଯାଇଛି।