କଟକ : ଅବକାରୀ ବିଭାଗରେ ୫ ଜଣ ଅଫିସରଙ୍କ ଅଦଳବଦଳ କରାଯାଇଛି। ଅବକାରୀ ଏସ୍ପି ଚଞ୍ଚଳ କୁମାର ପଟ୍ଟନାୟକଙ୍କୁ କେନ୍ଦ୍ରାପଡ଼ା ଅବକାରୀ ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ଅବକାରୀ ଏସ୍ପି ପ୍ରଦୀପ ରଞ୍ଜନ ପଟ୍ଟନାୟକଙ୍କୁ ଗଞ୍ଜାମ କନିସି ଓ ଏସ୍ବିସିଏଲ୍ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ ବଦଳି କରାଯାଇଛି। ସେହିପରି ଝାରସୁଗୁଡ଼ାରେ କାର୍ଯ୍ୟରତ ଡିଏସ୍ପି ସୀତାକାନ୍ତ ମୁଦୁଲିଙ୍କୁ କେନ୍ଦୁଝର ବଦଳି କରାଯିବା ସହିତ ଏସ୍ପି ଭାବେ ଅତିରିକ୍ତ ଦାୟିତ୍ବରେ ରଖାଯାଇଛି। ଡିଏସ୍ପି ବାସନ୍ତୀପ୍ରଭା ନାୟକ କେନ୍ଦ୍ରାପଡ଼ା ଜିଲ୍ଲାରେ ଅତିରିକ୍ତ ଏସ୍ପି ଦାୟିତ୍ବରେ ରହିବେ। ଡିଏସ୍ପି ସନ୍ତୋଷ କୁମାର ଧଳସାମନ୍ତ ମୟୂରଭଞ୍ଜ ଜିଲ୍ଲାକୁ ବଦଳି ହୋଇଛନ୍ତି। ଏ ସ˚କ୍ରାନ୍ତ ନିର୍ଦ୍ଦେଶନାମା ଅବକାରୀ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବେଳେ ଅଫିସରମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି।
ଅବକାରୀ ବିଭାଗର ୫ ଅଧିକାରୀଙ୍କ ଅଦଳବଦଳ
/sambad/media/post_attachments/wp-content/uploads/2020/01/Excise-stations.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)