ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ; ୫ ଅଭିଯୁକ୍ତ ଗିରଫ, ୧୫ଟି ଆକାଉଣ୍ଟ ଫ୍ରିଜ

ଭୁବନେଶ୍ବର: ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ ଅଭିଯୋଗ ଆସିଛି। ଗୁଗୁଲ ଆଳରେ ଦୁର୍ବୃତ୍ତମାନେ ଚକମା ଦେଖାଇଛନ୍ତି। ପୁଲିସ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଗିରଫମାନଙ୍କ ମଧ୍ୟରେ ୩ ଜଣ ଏସକର୍ଟ ସର୍ଭିସର ଲୋକ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବିଷୟରେ ଜଣାପଡ଼ି ନାହିଁ। ଅଭିଯୁକ୍ତମାନେ ଫୋନରେ ଯୋଗାଯୋଗ କରି ହୋଟେଲରେ ଝିଅ ଯୋଗାଇ ଦେବାକୁ ଫୋନ କରି କହୁଥିଲେ। ସିମ, ମୋବାଇଲ,ବ୍ୟାଙ୍କ ଆକାଉଣ୍ଟ , ୮୭ ହଜାର ଟଙ୍କା, ସ୍କାନର କୋର୍ଡ ଓ ୧୫ଟି ଆକାଉଣ୍ଟ ଫ୍ରିଜ କରାଯାଇଛି । ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ରହିଛି।

ସମ୍ବନ୍ଧିତ ଖବର