ବୀରମହାରାଜପୁର: ବୀରମହାରାଜପୁର ପୁଲିସ ଚୋରି ହୋଇଥିବା ୫ କ୍ବିଣ୍ଟାଲ୍ ଲୁହା ରଡ୍ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସାନଅଙ୍କରିଆ ଗ୍ରାମର ବୈଶାଖୁ ହାତୀଙ୍କ ପୁଅ ସାରଥି ହାତୀ (୩୪)। ପୁଲିସ ସୂଚନାନୁସାରେ ଗତ ୧୮ ତାରିଖ ଦିନ କଳାପଥର ଗ୍ରାମର ସତ୍ୟନାରାୟଣ ପ୍ରଧାନ ତାଙ୍କ ନିର୍ମାଣଧୀନ ଘର ପିଲର୍ କଟାଯିବା ସହିତ ସେଠାରେ ଥିବା ପ୍ରାୟ ୫ କ୍ବିଣ୍ଟାଲ ଲୁହା ରଡ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଥାନା କେସ ନଂ. ୨୩୨/୨୨ରେ ଏକ ମାମଲା ରୁଜୁ କରିଥିଲା।
ଥାନାଧିକାରୀ ପଦ୍ମାସିନୀ ମେହେରଙ୍କ ନେତୃତ୍ବରେ ଏସ୍ଆଇ ପି. ଦାସ, ଏଏସ୍ଆଇ ସି.ଆର୍. ମହାନନ୍ଦ, ହାବିଲଦାର ବି.ବି. ସାମନ୍ତରା, କନେଷ୍ଟବଳ ଧୀରେନ ବିଶ୍ବାଳ ଓ ଗୃହରକ୍ଷୀ ଉପେନ୍ଦ୍ର ବିଶ୍ବାଳ ଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ସୋମବାର ପୁଲିସ ଉଫୁଲା ପଞ୍ଚାୟତ ରଣାପାଲି ଗ୍ରାମର ରସିଦ ଇର୍ସାଦ ଖାନ୍ (୩୭) ନିକଟରୁ ଚୋରି ହୋଇଥିବା ସମସ୍ତ ଲୁହା ରଡ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ଥିବା ସାରଥିକୁ ଗିରଫ କରିଥିଲେ। ତାକୁ ଆଇପିସିର ଦଫା ୩୭୯, ୪୧୧ ଓ ୩୪ରେ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା ଥାନାଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/19-19.jpg)