ଖୁସି ଖବର: ଭୁବନେଶ୍ବରର ୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ହ୍ରାସ

ଭୁବନେଶ୍ବର : ପୁଣି ରାଜ୍ୟ ପାଇଁ ଆସିଲା ଏକ ଖୁସି ଖବର। ସ୍ବାସ୍ଥ୍ୟ ବିଭାଗ ଟୁଇଟ୍ କରି ଜଣାଇଛି କି ଭୁବନେଶ୍ବରର ୫ ଜଣ କୋଭିଡ୍ -୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ନମୁନା ପରୀକ୍ଷା ନେଗେଟିଭ୍ ଆସିଛି। ଏହା ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୮କୁ ବଢ଼ିଛି ଏବଂ ଏଥିସହ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରୁ ହ୍ରାସ ପାଇ ୩୬ରେ ପହଞ୍ଚିଛି।

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ବରର ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୩୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏବେ ଏହି ସଂଖ୍ୟା ୨୮କୁ ହ୍ରାସ ପାଇଛି। ସେହିପରି ଭୁବନେଶ୍ବରରେ ଆଗରୁ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ଏହା ୧୨ ହୋଇଛି। ଫଳରେ ଏହି ଖବର ଭୁବନେଶ୍ବରବାସୀଙ୍କୁ ବହୁ ମାତ୍ରାରେ ଆଶ୍ବସ୍ତ କରିଛି।

ଗତକାଲି କଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ରାଜଧାନୀର ୫ ଜଣ ସୁସ୍ଥ ହୋଇଛନ୍ତି। ଏହି ସୂଚନା ସହିତ  ଟୁଇଟରେ କୁହାଯାଇଛି କି ସମସ୍ତଙ୍କ ମିଳିତ ଉଦ୍ୟମ ବଳରେ ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜିତୁଛି।

ସମ୍ବନ୍ଧିତ ଖବର