ବୁର୍ଲା : ବୁର୍ଲା ପୁଲିସ ପୁଣି ଏକ ଡାକୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବୁର୍ଲା ଥାନା ଅଧିକାରୀ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଲେ ବୁର୍ଲା ୱାନ୍/ଆର୍ କଲୋନୀର ମଦନ ମୋହନ ଜେନା (୩୦), ସୁରଜ ବାରିକ (୨୩), ଅନିଲ ସୁନା (୨୬) ଏବଂ ଗୋଶାଳା ଅଂଚଳର ସୁନିଲ ଶର୍ମା (୨୪) ଓ ସୁଶାନ୍ତ ଦୀପ (୨୧)। ଗତକାଲି ବିଳମ୍ବିତ ରାତିରେ ଗିରଫ ୫ ଜଣ ଅଭିଯୁକ୍ତ ଗୋଲଗୁଣ୍ଡା ଛକ ନିକଟରେ ଏକ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଏହି ସମୟରେ ବୁର୍ଲା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/a31ce55b-1867-42ad-a516-12f7b2b0fb38.jpg)