ରେଙ୍ଗାଲି: ଡକାୟତି ଯୋଜନା କରୁଥିବା ବେଳେ ରେଙ୍ଗାଲି ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ସୂଚନା ଯୋଗ୍ୟ, ଶୁକ୍ରବାର ରାତିରେ ରେଙ୍ଗାଲିର ଏକ ନିଛାଟିଆ ଜାଗାରେ କିଛି ଯୁବକ ଡକାୟତି ଯୋଜନା କରୁଥିବାର ଖବର ପାଇ ପାଟ୍ରୋଲିଂ କରୁଥିବା ରେଙ୍ଗାଲି ପୁଲିସ ଚଢ଼ଉ କରିଥିଲା।
ପୁଲିସ ୫ ଜଣଙ୍କୁ କାବୁ କରିଥିବା ବେଳେ ୨ ଜଣ ଫେରାର୍ ହୋଇଯାଇଥିଲେ। ଗିରଫ ଡକାୟତ ମାନେ ହେଲେ ରେଙ୍ଗାଲି ଥାନା ନୂଆ ରମ୍ପେଲା ଗ୍ରାମର କିଶୋର ଷଣ୍ଢ, ଲହମଣି ଗ୍ରାମର ପ୍ରଶାନ୍ତ ବିଶ୍ୱାଳ, ରେଙ୍ଗାଲି ପୁରୁଣାବସ୍ତିର ମନୋଜ ମେହେର, ନମିଶ ମିଶ୍ର ଓ କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବଜାର ଅଂଚଳର ବିକ୍ରମ ପଟ୍ଟନାୟକ। ସେମାନଙ୍କ ପାଖରୁ ପୁଲିସ ୨ଟି ଏୟାର ଗନ, ଗୋଟିଏ ସିଙ୍ଗିଲ ସଟ୍ ବନ୍ଧୁକ, ଭୁଜାଲି, ଚକୁ, ତାଲା ଭାଙ୍ଗିବା ଯନ୍ତ୍ରପାତି ଯଥା ସ୍କୃ ଡାଇଭର, ପିଲର, ଲୁହା ଏକ୍ସସେଲ ଆଦି ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।