ଭୁବନେଶ୍ବର : ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ କେନ୍ଦ୍ରାପଡ଼ା ଗସ୍ତ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଅଧ୍ୟକ୍ଷ ଗଣେଶ୍ବର ବେହେରା। ଶ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି ଯେ ୫-ଟି ସଚିବ ଜଣେ ସରକାରୀ କର୍ମଚାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମରେ ସେ ଏଭଳି ଗସ୍ତ କରୁଛନ୍ତି ବୋଲି କହୁଛନ୍ତି। ୫-ଟି ସଚିବ ଏବେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଜିଲ୍ଲାର ମୁଖ୍ୟ ସମସ୍ୟା ବାବଦରେ ପଦେ ବି କହିନାହାନ୍ତି। ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଆନ୍ଦୋଳନ ଚାଲିଛି। ହେଲେ କାହିଁକି ୫-ଟି ସଚିବ ଏ ସମ୍ପର୍କରେ କିଛି ବି ପ୍ରତିଶୃତି ଦେଇନାହାନ୍ତି ? କେନ୍ଦ୍ରାପଡ଼ାବାସୀଙ୍କୁ ଏହା ନିରାଶ କରିଛି ବୋଲି ଶ୍ରୀ ବେହେରା କହିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ସମସ୍ୟା ବାବଦରେ ପ୍ରତିଶ୍ରୁତି ଦେଲେନି ୫-ଟି ସଚିବ : ଗଣେଶ୍ବର
/sambad/media/post_attachments/wp-content/uploads/2021/12/ganeswar-behera-m9-750x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)