ଟ୍ରକ୍‌-କାର ଧକ୍କାରେ ୪ ଗୁରୁତର

ସୋର : ସୋର ଟାଉନ୍‌ ଅନ୍ତର୍ଗତ ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଆଜି ଅପରାହ୍ନରେ ଏକ କାର- ଟ୍ରକ୍‌ ଧକ୍କାରେ ୪ ଜଣ କାର ଆରୋହୀ ଗୁରୁତର ହୋଇଛନ୍ତି। ସୋର ବ୍ଲକ ଅଧୀନ ମାଣତ୍ରୀ ପଞ୍ଚାୟତ ଚମ୍ପୁ ଗ୍ରାମର ଶ୍ରୀକାନ୍ତ ଦାସ(୪୦), ସତ୍ୟବ୍ରତ ଦାସ(୩୮), ଗୋଲକ ଦାସ(୪୮) ଓ ସୀତାକାନ୍ତ ଦାସ(୫୦) ମାରୁତି କାର ନଂ ଓଡି-୦୧କେ-୯୧୦୭ରେ ବାଲେଶ୍ୱର ଆଡୁ ଅଫ୍‌ ଲାଇନ୍‌ରେ ଆସୁଥିବା ବେଳେ ଏକ ମାଲ ବୋଝେଇ ଟ୍ରକ୍‌ ନଂ ଟିଏନ୍‌-୫୨କେ-୬୭୪୧ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସ୍ଥାନୀୟ ଲୋକେ ୪ ଜଣଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କାରଟି ଭାଙ୍ଗିରୁଜି ଯାଇଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର