ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ କରୋନା ସଂକ୍ରଣମ ଅଣାୟତ୍ତ ହେଉଛି। ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ତରଫରୁ ଗାଇଡଲାଇନ୍ ଜାରି କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ଅଣଦେଖା କରୁଥିିବା ଅଭିଯୋଗ ହେଉଛଛି। ଆଜି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୨୫୨ ଛୁଇଁଛି। କରୋନାରୁ ଆଜି ୨୬୦ ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଗୁଣ ଅଧିକ ଥିବା ସତ୍ତ୍ବେ ଲୋକେ ପରିିସ୍ଥିତିକୁ ବୁୁଝୁ ନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ପାଞ୍ଚଟି ଏନଫୋର୍ସମେଣ୍ଟ ବିଭିନ୍ନ ବଜାରରେ ଚଢ଼ଉକୁ ଜୋରଦାର କରିଛନ୍ତି। ଭିଡ ଥିବାରୁ ଟ୍ରାଫିକ ଗେଟ ନିକଟ ଚାୱଲା ଅଟୋ ପାର୍ଟସ ଦୋକାନ, ରାଉରକେଲା ମୁଖ୍ୟ ବଜାରରେ ଦୁଇ କପଡା ଦୋକାନ, ବାସନ୍ତି କଲୋନିର ହୋଟେଲ ଓ ଅନ୍ୟ ଏକ ଦୋକାନକୁ ଆରଏମସି ଟିମ ସିଲ କରିଛି। ଅନ୍ୟ ଦୋକାନୀକୁ ଦୋକାନ ଆଗରେ ଗହଳି ନ କରିବାକୁ ତାଗିଦ କରିଛନ୍ତିି। ଅନ୍ୟପଟେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମତେ ଅନ୍ୟ କିଛି କାର୍ଯ୍ୟାଳୟରେ ବିଭିନ୍ନ କାମରେ ଆସିଥିବା ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।
କରୋନା ଲାଗି ରାଉରକେଲାରେ ଚଢ଼ଉ ଜୋରଦାର, ପ୍ରମୁଖ ବଜାରରେ ୫ଟି ଦୋକାନ ସିଲ
/sambad/media/post_attachments/wp-content/uploads/2022/01/Rourkela.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)