ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ୨ଟି ଟ୍ରେନ ଗଂଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ ଓ ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିବା ପରେ ଆସନ୍ତାକାଲି ପୁଣି ୫ଟି ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ବିଭିନ୍ନ ଷ୍ଟେସନରେ ପହଞ୍ଚିବ । ୪ଟି ସ୍ୱତନ୍ତ୍ର ଟ୍ରେନ ଆଜି ବାହାରିବ । ଗୁଜୁରାଟର ସୁରତରୁ ୩ଟି ଟ୍ରେନ ଗଂଜାମ ଜିଲ୍ଲା ଅଭିମୁଖେ ବାହାରିବ । ସେହିପରି ଆନ୍ଧ୍ରପ୍ରଦେଶର ରେୟନପୁଡୁରୁ ଟିଟିଲାଗଡ଼ ଷ୍ଟେସନରେ ସେମବାର ଦିନ ଅଢ଼େଇଟାରେ ପହଞ୍ଚିବ । ସେହିପରି ଗତକାଲି ଚେନ୍ନାଇ ଠାରୁ ବାହାରିଥିବା ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବ ।

Advertisment

ସୂଚନାଯୋଗ୍ୟ ଆଜି ୨ଟି ସ୍ୱତନ୍ତ୍ର ଟ୍ରେନ ପ୍ରବାସୀମାନଙ୍କୁ ନେଇ ଓଡ଼ିଶାରେ ପହଞ୍ଚିଛି । ସୁରତରୁ ଆସିଥିବା ଏକ ଟ୍ରେନ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ ଓ ଅହମଦାବାଦ ଠାରୁ ଆସିଥିବା ଟ୍ରେନ ଖୋର୍ଦ୍ଧାରେ ପହଞ୍ଚିଛି ।

ଆଜି ସକାଳ ୯ଟାରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ କର୍ଫ୍ୟୁ ଲାଗୁ ହୋଇଥିଲା । ଏହା ରାତି ୧୨ ଟା ଯାଏଁ ବଳବତ୍ତର ରହିବ । କିନ୍ତୁ ରାତି ୧୨ଟା ପରେ ସୋମବାର ଦିନ ୧୨ଟ ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଏହା ପରେ ପୁଣି ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଉପଜିଲ୍ଲାପାଳ ସୁଧାରକ ନାୟକ ଏହି ସୂଚନା ଦେଇଛନ୍ତି ।