୫ଟି ସ୍ୱତନ୍ତ୍ର ଟ୍ରେନ୍‌ରେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ; ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁରୁ ଓଡ଼ିଶା ଆସୁଛନ୍ତି

ଭୁବନେଶ୍ୱର:  ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣ ହେତୁ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘର ବାହୁଡା ଲାଗି ବ୍ୟାକୁଳ ହୋଇ ଉଠିଛନ୍ତି। ତେଣୁ ପ୍ରବାସୀ ଓଡ଼ିଆଙ୍କ ଅସୁବିଧାକୁ ଦେଖି ସରକାର ସେମାନଙ୍କ ଆସିବା ପାଇଁ ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରିଛନ୍ତି। ଆଜି ୫ଟି ଟ୍ରେନରେ ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁରୁ ପ୍ରବାସୀ ଓଡ଼ିଶା ଆସୁଛନ୍ତି। ପୂର୍ବରୁ କେରଳ ଓ ଗୁରୁରାଟରୁ ପ୍ରବାସୀ ଟ୍ରେନ ଯୋଗେ ଓଡ଼ିଶା ଆସିଥିବା ବେଳେ ଏବେ ଆଉ ଦୁଇଟି ରାଜ୍ୟରୁ ପ୍ରବାସୀ ଫେରୁଛନ୍ତି।

ଭାରତୀୟ ରେଳ ପକ୍ଷରୁ ଜାରି ସୂଚନା ଅନୁସାରେ ଆଜି ୫ଟି ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ଓଡ଼ିଶା ଫେରୁଛନ୍ତି। ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଦୁଇଟି ଟ୍ରେନ୍‌ ଅହମ୍ମଦାବାଦରୁ ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନ୍ ୨ଟି‌ ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବ। ସେହିପରି ପାନଭେଲ (ମୁମ୍ବାଇ)ରୁ ପ୍ରବସୀ ଓଡ଼ିଆଙ୍କୁ ନେଇ ଆଉ ଏକ ଟ୍ରେନ୍‌ ବାହାରିଛି, ଯାହାକି ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ।

ଏଥିସହିତ ଚେନ୍ନାଇରୁ ବି ଆଜି ଆଉ ଏକ ସ୍ୱତନ୍ତ୍ର ନେଇ ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ଟି ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁରରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ପହଞ୍ଚିବ। କେବଳ ଏତିକି ନୁହେଁ, ସୁରଟରୁ ଏକ ଟ୍ରେନ୍‌ ବି ୧୨୦୦ ପ୍ରବାସୀ ଓଡ଼ିଆଙ୍କୁ ନେଇ ଯାତ୍ରା ଆରମ୍ଭ କରି ସାରିଛି। ଏହି ଟ୍ରେନ୍‌ଟି ବି ଆସନ୍ତାକାଲି ଜଗନ୍ନାଥପୁରରେ ପହଞ୍ଚିବ।

ସମ୍ବନ୍ଧିତ ଖବର