ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ ମଠଗୁଡ଼ିକର ପୁନରୁଦ୍ଧାର, ଲାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜି ପ୍ରତ୍ୟୁଷ ୫ ଟା ରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଭକ୍ତମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ସମୀକ୍ଷା ଅବସରରେ ଶ୍ରୀ ପାଣ୍ଡିଆନ୍ ଦୋଳବେଦୀ ଅଞ୍ଚଳର ତ୍ଵରିତ ବିକାଶ, ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ  କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ ମରିଚି କୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାର ଠାରୁ ମରିଚି କୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵରୁ ଭେଣ୍ଡିଂ ଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

publive-image

ସେହିପରି ଶ୍ରୀମନ୍ଦିରର ଉତ୍ତର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ଲାଣ୍ଡସ୍କେପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସାରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ମଠ ପୁନର୍ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ। ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସେ ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସାରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ, ଆଇଜି,ଏସପି ଓବିସିସି ଏମଡି ଏବଂ ବିଭିନ୍ନ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ।