ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ଛାଟକୁ ବେଖାତିର?
ଅଫିସର୍, କର୍ମଚାରୀ ମାନୁନାହାନ୍ତି ସକାଳୁଆ ଅଫିସ୍ ନିୟମ, ସାଢ଼େ ୮ ପର୍ଯ୍ୟନ୍ତ ତାଲା, ନିରାଶ ଫେରୁଛନ୍ତି ଜନତା
ଆଜି ଠିକ୍ ୮ଟା ୩୫ରେ ଜଣେ ମହିଳା କର୍ମଚାରୀ ଅଫିସ୍ ପହଞ୍ଚିଥିଲେ। ତାଙ୍କୁ ପଚାରିବାରୁ କହିଥିଲେ, ବିପିଏମ୍ ମାଡାମ୍ ସବୁଦିନ ତାଲା ଧରି ଯାଉଛନ୍ତି, ସେ ଆସିଲେ ହିଁ ଅଫିସ୍ ଖୋଲିବ। ଶେରଗଡ଼ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଜୀବିକା ମିସନ କାର୍ଯ୍ୟାଳୟରେ ଯଦି ଏଭଳି ଅବସ୍ଥା, ତା’ହେଲେ ଗ୍ରାମାଞ୍ଚଳରେ ଥିବା ଅନ୍ୟ ସରକାରୀ ଅଫିସ୍ର ସକାଳୁଆ ସମୟ ସାରଣୀକୁ ବାବୁମାନେ କେମିତି ପାଳନ କରୁଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ଦାବି ହୋଇଛି।