କଟକ: ଆଜି ପୁଣି କଟକରେ ୫-ଟି ସଚିବ ଭି କେ ପାଣ୍ଡିଆନ୍। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚିଥିଲେ ୫-ଟି ସଚିବ । ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାଯାଇଛି । ରାଜ୍ୟର ଏହି ସବୁଠାରୁ ବଡ଼ ବସଷ୍ଟାଣ୍ଡରେ କ’ଣ କ’ଣ ସମସ୍ୟା ରହିଛି ସେ ନେଇ ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ୍ । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ୍ ପରିଚାଳନା ଭଳି ସମସ୍ୟା ରହିଛି । ଆହୁରି ମଧ୍ୟ ସୂଚନା ମିଳିଛି ଯେ ବାଦାମବାଡ଼ିର ବସଷ୍ଟାଣ୍ଡ ଖାନନଗର ଅଞ୍ଚଳକୁ ଉଠାଇ ନିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବାଦାମବାଡ଼ି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଞ୍ଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୁଲିସ୍ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ସଚିବ କ୍ରିଷନ୍ କୁମାର, କଟକ ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି । ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନଙ୍କ ଏହି ଅନୁଧ୍ୟାନ ପରେ ବାଦାମବାଡ଼ି ବସଷ୍ଟାଣ୍ଡର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ଆଶା କରାଯାଉଛି ।
କଟକର ବଡ଼ ମେଡିକାଲକୁ ବିଶ୍ବସ୍ତରୀୟ କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ତା’ଛଡ଼ା କଟକର ରିଙ୍ଗରୋଡକୁ ଛଅଥାକିଆ କରାଯିବାର ଶିଳାନ୍ୟାସ ବି ହୋଇଛି। ଏହାପରେ ବାଦାମବାଡ଼ି ବସଷ୍ଟାଣ୍ଡର ଉନ୍ନତୀକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।