ପାରଳାଖେମୁଣ୍ଡି: ଗଣମାଧ୍ୟମ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ନଥାଇ ୫-ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଆଜି ଗଜପତି ଗସ୍ତରେ ଆସିଥିଲେ। ସେମାନେ ଛେଳିଗଡ଼ ଜଳସେଚନ ଡ୍ୟାମ ପରିସରରେ ପହଞ୍ଚିଥିଲେ। ୨୦୨୬ ସୁଦ୍ଧା ଏହି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ମେଗା ପ୍ରକଳ୍ପର ଅଗ୍ରଗତି ପଚାରି ବୁଝିଥିଲେ ୫-ଟି ସଚିବ ଏବଂ ଅନ୍ୟମାନେ। ସେମାନେ ସ୍ୱଳ୍ପ ରହଣି ସମୟରେ ପ୍ରକଳ୍ପର ଅଗ୍ରଗତି ବିଷୟରେ ଟନେଲ ଭିତରେ ପଶି ଅବଗତ ହୋଇଥିଲେ। ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଇଞ୍ଜିନିୟର ନଗେନ୍ଦ୍ରନାଥ ମହାରଣା। ଗଲାବେଳେ ସାମ୍ବାଦିକଙ୍କ ପ୍ରଶ୍ନରେ ସୁରେଶ ମହାପାତ୍ର କହିଥିଲେ ଯେ ଆସନ୍ତା ୨୦୨୬ସୁଦ୍ଧା ଏହି ପ୍ରକଳ୍ପ ସାରିବାର ଲକ୍ଷ୍ୟ ରଖାଯାଇଛି। ଏହା ସମ୍ପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ୪ ହଜାର ହେକ୍ଟର ଓ ଗଞ୍ଜାମର ୧୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି କହିଥିଲେ।
/sambad/media/post_attachments/wp-content/uploads/2022/04/c09eed1f-e8d4-49df-ad5a-81aae49fdeea.jpg)
ତେବେ ଏହି ପଦାଧିକାରୀଙ୍କ ଗସ୍ତକୁ ଏଭଳି ଗୋପନୀୟ ରଖାଯାଇଥିଲା ଯେ ନିକଟସ୍ଥ କୁଆଁପଡା ଗ୍ରାମବାସୀମାନେ ମଧ୍ୟ ଜାଣି ପାରିନଥିଲେ। ବିସ୍ଥାପିତ ହେଉଥିବା ଏହି ପରିବାରମାନେ ଆସି ନିଜ ଅଭିଯୋଗ ଜଣାଇବା ପୂର୍ବରୁ ସରକାରୀ ଅଧିକାରୀମାନେ ହେଲିକପଟର ଯୋଗେ ସ୍ଥାନ ଛାଡ଼ି ସାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/344d8fa3-146f-4e28-8a2f-877d185d0ee7.jpg)