କଟକ: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକସ୍ଥିତ ବୋର୍ଡ଼ ସ୍କୁଲ ଗସ୍ତ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ପ୍ରଥମେ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସେ ୫-ଟି ଅଧୀନ ଚାଲିଥିବା ସ୍କୁଲର ଭିତ୍ତିଭୂମିର ବିକାଶ ଯୋଜନାର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବେଶ କିଛି ସମୟ ଧରି ଚାଲି ଥିବା ଏହି ଆଲୋଚନାରେ ୫-ଟି ସଚିବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଯୋଜନା ନେଇ ଅନେକ ପ୍ରଶ୍ନ କରି ଥିଲେ।
/sambad/media/post_attachments/wp-content/uploads/2023/06/25776d37-264d-4bd6-87bd-a05ba05014fe-e1688124282666-1024x361.jpg)
ସେପଟେ ଛାତ୍ରଛାତ୍ରୀମାନେ ୫-ଟି ସଚିବଙ୍କ ସହ ଭାବ ବିନିମୟ କରିବା ପରେ ତାଙ୍କର ଅଟୋଗ୍ରାଫ ମଧ୍ୟ ନେଇ ଥିଲେ। ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ସ୍କୁଲର ପୁରାତନ ଛାତ୍ରମାନେ ମଧ୍ୟ ଉପସ୍ଥିତ ଥିଲେ। ପୁରାତନ ଛାତ୍ରଙ୍କ ସହ ସେ ସ୍କୁଲର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/c8f873df-44e3-4855-88b6-8a078f7b99ef.jpg)