ବଲାଙ୍ଗୀର/ ବରଗଡ଼: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଜି ବଲାଙ୍ଗୀରରେ ଥିବା କୋଭିଡ ହସ୍ପିଟାଲ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ସେଦୁହେଁ ଆଜି ପୂର୍ବାହ୍ନ ରେ ହେଲିକେପ୍ଟର ଯୋଗେ ବଲାଙ୍ଗୀରରେ ଓହ୍ଲାଇଥିଲେ।
ସେଠାରୁ ଉଭୟେ କୋଭିଡ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ୫-ଟି ସଚିବ କୋଭିଡ ହସ୍ପିଟାଲର ଆନୁସାଙ୍ଗିକ ବ୍ୟବସ୍ଥା ଓ ସ୍ଥିତି ନେଇ ସମୀକ୍ଷା କରିଥିବା ଜଣାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସହ ଉଭୟେ ଆଲୋଚନା କରିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/04/barg-300x200.jpg)
ଏହାପରେ ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ବରଗଡ଼ ଗସ୍ତରେ ଯାଇ ଟୁକୁର୍ଲାଠାରେ ଥିବା ୬୭ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲରେ ପହଞ୍ଚି ଏଠାକାର ସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଭୂତିଭୂଷଣ ମେହେରଙ୍କ ସହ ଉଭୟେ ଆଲୋଚନା କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/5-t.jpg)