ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ନୂଆଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗି ଜମାତ ଧାର୍ମିକ ସମାରୋହରେ ଯୋଗଦେଇଥିବା ଓଡ଼ିଶା ଫେରନ୍ତା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଚିଠିରେ ୫-ଟି ସଚିବ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାପାଳ ପ୍ରଶାସନ ଓ ପୁଲିସ ନିଜ ସୋର୍ସ ମାଧ୍ୟମରେ ଚିହ୍ନଟ କରନ୍ତୁ । ସେମାନଙ୍କୁ ସାହାସ ଦେବା ସହ ତଥ୍ୟ ଜଣାଇବାକୁ ଆହ୍ୱାନ ଦିଅନ୍ତୁ ।
୫-ଟି ସଚିବ ନିଜାମୁଦ୍ଦିନ ଫେରନ୍ତା ସାମ୍ନାକୁ ଆସିବାକୁ ଧର୍ମଗୁରୁ ଆହ୍ୱାନ ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସାମ୍ନକୁ ଆସିଲେ ସରକାର ସେମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ । ସଂପୃକ୍ତ ବ୍ୟକ୍ତି ଓ ପରିବାରକୁ ସଂପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟାବସ୍ଥା ଯୋଗାଇ ଦିଆଯିବ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ହେବ । ସଂପୃକ୍ତ ବ୍ୟକ୍ତି, ପରିବାର ଓ ରାଜ୍ୟ ପାଇଁ ମହଙ୍ଗା ପଡ଼ିପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/196f8193-abc2-441f-ad6d-9b02cc9e5ee7.jpg)