ଭୁବନେଶ୍ବର: ବିଧାନସଭାର ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ଉତ୍ତର ରଖିଛନ୍ତି ଯେ ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି।

Advertisment

ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି। ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି. ସେହିପରି ୭୮୯ ଆରଆଇ, ୧୩୮୫ ଏଆରଆଇ ଓ ୧୧୬୯ ଅମିନ ପଦ ଖାଲି ପଡିଛି।

ଏହି ସବୁ ପଦବୀ ପୂରଣ କରିବାକୁ ଓଏସଏସଏସସିକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ।

ଅଧିକ ପଢ଼ନ୍ତୁ: ଜାତୀୟ କ୍ରୀଡା ଦିବସରେ ମିନି ମାରାଥନ

ଗୃହରେ  ଜଳ ସମ୍ପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ  ସଂଯୋଜନା, ବାଣିଜ୍ୟ, ସୂଚନା ଲୋକସମ୍ପର୍କ ଓ ପରିବହନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ମଧ୍ୟ ହୋଇଥିଲା। 

ଅଧିକ ପଢ଼ନ୍ତୁ: ୩୧ ଯାଏଁ ପ୍ରବଳ ବର୍ଷିବ