ପାରଳାଖେମୁଣ୍ଡି: ଗଂଜପତି ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୫ ବାଘଛାଲ, ଏକ ଓଧ, ବଣ ବିଲେଇ ଛାଲ ଓ ବଜ୍ରକାପ୍ତାର କାତି ଜବତ କରାଯାଇଛି। ଏହି ଘଟଣାରେ ବନ ବିଭାଗ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବନ ବିଭାଗ ପକ୍ଷରୁ କୁହାଯାଇଛି ଅଭିଯୁକ୍ତମାନେ ବନ୍ୟଜନ୍ତୁମାନଙ୍କୁ ଶିକାର କରି ଅଥବା ଶିକାରୀମାନଙ୍କ ଠାରୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୫ଟି ବାଘଛାଲ, ଏକ ଓଧ, ବଣ ବିଲେଇ ଛାଲ ଓ ବଜ୍ରକାପ୍ତାର କାତି ଜବତ କରାଯାଇଛି। ବନ ବିଭାଗ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/e0dec252-1add-4bd4-a0df-72af9bc11e53.jpeg)