ଗୋଳନ୍ଥରା: କନିସିର ପୂର୍ବତନ ସରପଞ୍ଚ ଲୋକନାଥ ଦଳେଇ ଓରଫ ଟୁଟୁ ଦଳେଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ପୂର୍ବରୁ ଦଳେଇଙ୍କୁ ବହୁବାର ଆକ୍ରମଣ ଉଦ୍ୟମ ହୋଇଥିଲା । ସୂଚନା ମୁତାବକ, ଆଜି ଦିନ ସାଢେ ୧୧ଟାରେ ଅଟୋ ନଗର ଭିତରେ ଥିବା ଏକ ଲୁହା ଦୋକାନରୁ ଲୁହା କିଣି ନିଜ କାର ନିକଟକୁ ଆସୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ୫ରୁ୬ ଜଣ ଯୁବକ ପ୍ରଥମେ ମୁହଁକୁ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇ ତାଙ୍କୁ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ l ପାଟି ଶୁଣି ଘଟଣାସ୍ଥଳରେ କିଛି ଲୋକ ପହଞ୍ଚି ଯିବାରୁ ଯୁବକମାନେ ବାଇକ ଯୋଗେ ଚମ୍ପଟ ମାରିଥିଲେ l ଖବର ପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଏବଂ ଗୋଳନ୍ଥରା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l
ପୂର୍ବତନ ସରପଞ୍ଚଙ୍କୁ ଲଙ୍କା ଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2020/11/t-237.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)