ଆଧୁନିକୀକରଣ କାର୍ଯ୍ୟ ପାଇଁ ୫ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନ ଲାଖୋଲି-ରାୟପୁର ଆରଭି ବ୍ଲକ ହଟ୍‌ର ଦୋହରୀକରଣ ସମେତ କେତେକ ଆଧୁନିକୀକରଣ କାର୍ଯ୍ୟ ଲାଗି ୫ଟି ଟ୍ରେନ୍‌ ବାତିଲ୍‌ ହୋଇଛି।

ସେଗୁଡ଼ିକ ହେଲା ଗାନ୍ଧୀଧାମ-ପୁରୀ ଗାନ୍ଧୀଧାମ ଏକ୍ସପ୍ରେସ୍‌ (୨୨୯୭୩/୨୨୯୭୪) ୭ ତାରିଖରେ ଗାନ୍ଧୀଧାମରୁ ଓ ୧୦ ତାରିଖରେ ପୁରୀରୁ, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌ (୧୮୫୧୮/୧୮୫୧୭) ଆସନ୍ତା ୧୧ ତାରିଖରେ ବିଶାଖାପାଟଣାରୁ ଓ ୧୨ ତାରିଖରେ କୋର୍ବାରୁ, ରାୟପୁର-ଜୁନାଗଡ଼ ରୋଡ-ରାୟପୁର ସ୍ବତନ୍ତ୍ର ଟ୍ରେନ୍‌ (୦୮୨୭୫/୦୮୨୭୬) ରାୟପୁରରୁ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ଓ ଜୁନାଗଡ଼ ରୋଡ୍‌ରୁ ୭ରୁ ୧୭ ତାରିଖ ଯାଏ, ବିଶାଖାପାଟଣା-ଦୁର୍ଗ- ବିଶାଖାପାଟଣା (୧୮୫୩୦/୧୮୫୨୯) ଟ୍ରେନ୍‌ ବିଶାଖାପାଟଣାରୁ ସେପ୍ଟେମ୍ବର ୬ରୁ ୧୨ ଓ ଦୁର୍ଗରୁ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ, ଟିଟିଲାଗଡ଼-ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର(୦୮୨୭୭/୦୮୨୭୮) ଟ୍ରେନ୍‌ ସେପ୍ଟେମ୍ବର ୬ରୁ ୧୨ ମଧ୍ୟରେ ଟିଟିଲାଗଡ଼ରୁ ଓ ଆସନ୍ତା ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ରାୟପୁରରୁ ବାତିଲ୍‌ ରହିବ। ଏଥିସହ ଦୁଇଟି ଟ୍ରେନ୍‌ ଆଂଶିକ ବାତିଲ୍‌ ହୋଇଥିବା ବେଳେ ୪ଟିର ମାର୍ଗ ପରିବର୍ତନ ଓ ୯ଟିର ସମୟ ପରବର୍ତନ କରାଯାଇଛି।

ସମ୍ବନ୍ଧିତ ଖବର