୨୨ ଯାଏ ୫ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : କୋଭିଡ-୧୯ ସଂକ୍ରମଣ ସାଙ୍ଗକୁ ଯାତ୍ରୀ ହେଉ ନ ଥିବାରୁ ସେପ୍ଟେମ୍ବର ୧୬ରୁ ୨୨ ପର୍ଯ୍ୟନ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ସହ ଗୋଟିଏକୁ ଆଂଶିକ ବାତିଲ୍‌ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବାତିଲ୍ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ(୦୮୪୧୨/୦୮୪୧), କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ବିଶେଷ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ(୦୮୪୫୪/୦୮୪୫୩), ପୁରୀ-କଟକ-ପୁରୀ ବିଶେଷ ଟ୍ରେନ(୦୮୪୩୧/୦୮୪୩୨)। ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ୍‌(୦୮୪୨୮/୦୮୪୨୭)ସେପ୍ଟେମ୍ବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ। ତେବେ ଏହା ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର