ସପ୍ତଶଯ୍ୟାରେ ୫ ନିଖୋଜ ଯୁବକ ଉଦ୍ଧାର

ଢେଙ୍କାନାଳ/କଟକ: ଗତକାଲି ନିଖୋଜ ୫ ଯୁବକଙ୍କୁ ଉଦ୍ଧାର କଲେ ପୁଲିସ ଓ ବନ ବିଭାଗ କର୍ମଚାରୀ।ନିର୍ମାଣ ହେଉଥିବା ଏକ ସ୍ପିରିଟ କମ୍ପାନୀ ପରିସରରୁ ହୋଇଛନ୍ତି ଉଦ୍ଧାର। ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କର ସ୍ବାସ୍ଥ୍ୟପରୀକ୍ଷା କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ,ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିବା କଟକ ଜିଲ୍ଲାର ୫ ଜଣ ଯୁବକ ଗତକାଲି ସଂଧ୍ୟାରେ ଜଙ୍ଗଲ ଭିତରେ ନିଖୋଜ ହୋଇଯାଇଥିଲେ। ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ପରେ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବା ଲାଗି ସେମାନେ ଯାଇଥିବା ଜଣାପଡ଼ିଛି। ଏହା ପରଠାରୁ ସେମାନେ ଆଉ ଫେରିନଥିଲେ। ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ରାତି ୧୦ଟା ସୁଦ୍ଧା ସେମାନଙ୍କର ଖବର ମିଳିପାରିନଥିଲା

 

ସୂଚନା ମୁତାବକ, କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଅଞ୍ଚଳର ମାଟ୍ରିକ୍ ପାସ୍ କରିଥିବା ୫ ବନ୍ଧୁ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ କୁମାର ଦାସ, ସୁଜିତ ସାହୁ, ଲକି ଦାସ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଯିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ରବିବାର ସେମାନେ ଏକାଠି ବାହାରିଥିଲେ। ସେଠାରେ ସକାଳେ ପହଞ୍ଚିବା ପରେ ମନ୍ଦିରରେ ଦର୍ଶନ ସାରିବା ପରେ ସପ୍ତଶଯ୍ୟା ପାହାଡ଼କୁ ବୁଲି ଯାଇଥିଲେ। ସନ୍ଧ୍ୟା ହୋଇଯିବାରୁ ଘଞ୍ଚ ଜଙ୍ଗଲରେ ଫେରିବାକୁ ବାଟ ପାଇ ନଥିଲେ। ଫଳରେ ପରିବାର ଲୋକଙ୍କୁ ୫ ବନ୍ଧୁ ଏକ ଫଟୋ ଉଠାଇ ପଠାଇବା ସହିତ ଏ ସଂକ୍ରାନ୍ତରେ ଫୋନ୍ କରି ଜଣାଇଥିଲେ। ଫୋନ୍ କଲ୍ ପାଇବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଅବଗତ କରିଥିଲେ। ମଧୁପାଟଣା ଥାନା ପୁଲିସ ଏ ସଂକ୍ରାନ୍ତରେ ତୁରନ୍ତ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ଅବଗତ କରିଥିଲା।

କଣ୍ଟ୍ରୋଲ ରୁମ ପକ୍ଷରୁ ଢେଙ୍କାନାଳ ସଦର ଥାନା ପୁଲିସକୁ ଭିଏଚଏଫ୍ ମାଧ୍ୟମରେ ସୂଚନା ଦେଇଥିଲା। ସଦର ଥାନା ପୁଲିସ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ସପ୍ତଶଯ୍ୟା ଜଙ୍ଗଲରେ ରବିବାର ରାତିରେ ଖୋଜାଖୋଜି ଆରମ୍ଭ କରିଦେଇଥିଲା। ଜଙ୍ଗଲ ବିଭାଗର ତିନୋଟି ଟିମ୍ ଗଠନ କରାଯାଇଥିଲା। ଏହି ୫ ଜଣଙ୍କୁ ଯୋଗାଯୋଗ କରାଯିବାକୁ ଉଦ୍ୟମ କରାଯାଇଥିଲା।

 

ସମ୍ବନ୍ଧିତ ଖବର