ବାହାଘର ‌ଭୋଜି ଖାଇ ୫୦ ଅସୁସ୍ଥ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ୍‌ ଲାଠୁପଡ଼ା ସୋନାଖାନରେ ବାହାଘର ସରବତ ଏବଂ ସେଓ ବୁନ୍ଦି ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କୁଟଣିଆ ପଞ୍ଚାୟତର ସୋନାଖାନ ଲାଠୁପଡ଼ାର ମଙ୍ଗଳ ଏକ୍କାଙ୍କ ଘରେ ଆଜି ବାହାଘର ଥିଲା। ବାହାଘର ଭୋଜିରେ ଗ୍ରାମର ସବୁ ଲୋକ ସେଓ ବୁନ୍ଦି ଖାଇବା ସହ ସରବତ ପିଇଥିଲେ। ସରବତ ପିଇବାର କିଛି ସମୟରେ ସମସ୍ତଙ୍କ ପେଟ ବ୍ୟଥା ହେବା ସହ ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ଜଣେ ପରେ ଜଣେ ୪୦ରୁ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିବା ସହ ସେମାନଙ୍କୁ ତୁରନ୍ତ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ୬ ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାଜଗାଙ୍ଗପୁର ଡାକ୍ତରଖାନାରେ ପହଞ୍ଚି ସମସ୍ତ ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରିବା ସହ ଘଟଣାର ଟିକିନିଖି ଯାଞ୍ଚ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର