୫୦ କେଜିର କଇଁଛ ଉଦ୍ଧାର; ୪ ଗିରଫ

ଚୌଦ୍ୱାର : ଚୌଦ୍ବାର ସହର ମଧ୍ୟରେ ବନବିଭାଗ ପକ୍ଷରୁ ଏକ ୫୦ କେଜିର କଇଁଛକୁ ଉଦ୍ଧାର କରିବା ସହ ଏହାକୁ ଚାଲାଣ କରିବା ଯୋଜନାରେ ଥିବା ଏକ ସୁସଂଗଠିତ ରାକେଟର ୪ଜଣଙ୍କୁ ଗିରଫ କରିଛି। ଚୌଦ୍ବାର ପୌରପାଳିକା ୫ନମ୍ବର ୱାର୍ଡ଼ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରେ ଏହି କଇଁଛ ଥିବା ଖବର ପାଇ ଚୌଦ୍ବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ମଧୁର ଜଳ ପ୍ରଜାତିର ଏହି କଇଁଛଟିକୁ ବିରୂପା ନଦୀରୁ ବଂଶୀକଣ୍ଟାରେ ମାଛଧରାଳୀ ଧରିଥିଲେ। କଇଁଛଟିକୁ ଜବତ କରିବା ପରେ ଏଥିରେ ସଂପୃକ୍ତ ଥିବା ୧୭ନଂ. ୱାର୍ଡ଼ ନୂଆସାହିର ନୂତନ ଗୋଚ୍ଛାୟତ (୨୭), ସୁରଜନ୍ ମିର୍ଜା (୩୫), ଗଣେଶ ସିଂ (୩୫)ଙ୍କୁ ଗିରଫ କରାଯାଇଛି।

ବନବିଭାଗ ପକ୍ଷରୁ କଇଁଛଟିକୁ ଉଦ୍ଧାର କରିବା ପରେ ଭୁବନେଶ୍ବରର ଓୟୁଏଟିକୁ ପଠାଯାଇ ତାର ଚିକିତ୍ସା କରାଯାଇଛି। ଏହି ଚଢାଉରେ ବନବିଭାଗ ଡାଳିଯୋଡ଼ା ବନଖଣ୍ତର ରେଂଜର ଅଭିରାମ ଜେନା, ଚୌଦ୍ବାର ବନପାଳ ପୁରୁଷୋତ୍ତମ ସାହୁ, ଗାର୍ଡ଼ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସ୍କ୍ବାଡ ବିଶ୍ବନାଥ ରାଉତରାୟ, ବିଜୟ ପରିଡ଼ା, ରାଜୀବ ପ୍ରଧାନ, ପ୍ରସନ୍ନ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର