ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ କେତେକ ପରିବର୍ତ୍ତନ କରାଯାଇଥିବା ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ଏଥର ଯୁକ୍ତ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ, ଯେଉଁଥିରେ୧ ମାର୍କର ୫୦ ଟି ପ୍ରଶ୍ନ ରହିବ। ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ। ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବ ବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀମାନେ ନିଜେ ପଢ଼ୁଥିବା କଲେଜରେ ପରୀକ୍ଷା ଦେବେ। ୨୦୧୬ କିମ୍ବା ପରବର୍ତ୍ତୀ ସମୟରେ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀ ୭୦% ସିଲାବସ ଅନୁଯାୟୀ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ।
ତେବେ ପରୀକ୍ଷା ଫି ଛାଡ଼ ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।