ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ୧୭ ନକ୍ସଲ ନିହତ ହେବାର ୨୪ଘଣ୍ଟା ମଧ୍ୟ‌ରେ ସଂଗଠନକୁ ପୁଣି ଶକ୍ତ ଝଟ୍‌କା ଲାଗିଛି। ବିଜାପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ୫୦ନକ୍ସଲ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏସ୍‌ପି ଏବଂ ବରିଷ୍ଠ ଅଧିକାରୀଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲ୍‌ଜିଏ ସଦସ୍ୟ, ଏସିଏମ୍‌, ଜନତାନା ସରକାର ଅଧ୍ୟକ୍ଷ, କେଏଏମ୍‌ଏସ୍‌ ଅଧ୍ୟକ୍ଷ, ସିଏନ୍‌ଏମ୍‌ ଅଧ୍ୟକ୍ଷ, ମିଲିସିଆ କମାଣ୍ଡର୍‌, ଡେପୁଟି କମାଣ୍ଡର୍‌, ମିଲିସିଆ ପ୍ଲାଟୁନ୍‌ ସଦସ୍ୟ ରହିଛନ୍ତି। ସେଥିରୁ ୧୩ଜଣଙ୍କ ମୁଣ୍ଡ ପାଇଁ ୬୮ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଲଗାତାର ଚଢ଼ଉ ଏବଂ ଏନ୍‌କାଉଣ୍ଟର୍‌ ଯୋଗୁ ଜୀବନ ବଞ୍ଚାଇବା ପାଇଁ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। 

Advertisment

ଚଳିତବର୍ଷ ୩ମାସ ମଧ୍ୟରେ ୧୫୩ ନକ୍ସଲ ଗିରଫ ହୋଇଥିବା ବେଳେ ୧୫୭ଜଣ ଆତ୍ମସମର୍ପଣ କରିସାରିଲେଣି। ଆଜି ଆତ୍ମସମର୍ପଣ କରିଥିବା ନକ୍ସଲ ହେଲେ ରବୀନ୍ଦ୍ର କରାମ, ଲୋନି ପରିସି, ରାକେଶ କଡ଼ତି, କୋପେ ଲେକାମ, ଶାନ୍ତି ତାତି, ସୋନୁ ହେମଲା, ଭୀମା ଓୟାମ, ପାୟକି ହପକା, ସୋନୁ ତାତି, ପୋଜା ତାତି, ନାନି ମାଡ଼ବି, ବୁଧୁରାମ ପଦମ, ପାୟକି ପୋଟାମ, ଆୟତୁ ପୋଟାମ, ଆୟତୁ କୁରସାମ, ଲକ୍ଷ୍ମଣ ପଦମ, ଲଛୁ ହେମଲା, ରାନୁ ପୁନେମ, ସୁଦରୁ କୁରସାମ, ସନ୍ନୁ ତାତି, ରେନୁ ପୋଟାମ, ସୁଖରାମ ପୋଟାମ, ସନ୍ନୁ ପଦମ, ଲକ୍ଷ୍ମଣ ପୁନେମ୍, ଆୟତୁ ପୋଟାମ, ଲକ୍ଷ୍ମଣ ପୋଟାମ, ପାକଲୁ ପୋଟାମ, ସନ୍ନୁ କରାମ, ସୁଖରାମ ପୋଟାମ, ବଦରୁ ପୁନେମ, ମଙ୍ଗୁ ପୁନେମ, ଛୋଟି ପଟାମ, ମଙ୍ଗି ତାତି, ସୋମୁ ପୋଟାମ, ଲଖି ପଟାମ, ସୁକ୍କି ପୋଟାମ, ମଙ୍ଗୁ ପୋଟାମ, ଲକ୍ଷ୍ମଣ ଓୟାମ, ଲଛୁ ହେମଲା, ନାରାୟଣ ଗଟପଲି, ପଙ୍କଜ ମାଡ଼କମ, ହୁଙ୍ଗା ତାତି, ବୁଦରା ମାଡ଼କାମ, ଦେବା ମାଡ଼ବି, ଲଖମେୟା ପଡ଼ିଆମି, ବୁଦୁ ହେମଲା, ସୁଦୁର ପଦମ ଏବଂ ବୁଧୁରାମ କୋଡ଼ିଆ। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସରକାରଙ୍କ ନୀତି ଅନୁସାରେ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।