ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୟୁନିଟର ୪୯ ଯବାନ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଅମ୍ପାନ ବାତ୍ୟା ବିଧ୍ୱସ୍ତ ପଶ୍ଚିମବଙ୍ଗରେ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ଯାଇଥିବା ମୁଣ୍ଡଳିସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ୩ୟ ବଟାଲିୟନର  ଯବାନମାନେ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ମିଳିଥିବା ଖବର ଅନୁସାରେ ୪୯ ଜଣ ଯବାନ କରୋନା ପଜିଟିଭ ଥିବା ଜଣାପଡ଼ିଛି ।

କିଛିଦିନ ଆଗରୁ ଆଉ ଜଣେ ଯବାନ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଆଜିର ୪୯କୁ ମିଶାଇ ମୁଣ୍ଡଳି ଏନଡିଆରଏଫର ମୋଟ ୫୦ ଯବାନ କରୋନା ଆକ୍ରାନ୍ତ ହେଲେଣି । ଆଜି କଟକ ଜିଲ୍ଲାରୁ ମୋଟ ୫୨ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା’ମଧ୍ୟରୁ ଏନଡିଆରଏଫର ୪୯ ଜଣ ଯବାନ ଅଛନ୍ତି ।

ଗତ ମାସ ୨୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ମହାବାତ୍ୟା ଅମ୍ପାନ ପ୍ରଭାବରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ସହୟତା କାର୍ଯ୍ୟ କରିବାକୁ ଓଡ଼ିଶାର ମୁଣ୍ଡଳିଠାରେ ଥିବା ଏନଡିଆରଏଫ ବାଟାଲିୟନରୁ ଯବାନଙ୍କୁ ସେଠାରେ ମୁତୟନ କରାଯାଇଥିଲା । ଏହି ଯବାନମାନେ ସେଠାରେ ଲୋକମାନଙ୍କ ସଂସ୍ପର୍ଶରେ ଆସିବା ପରେ ସଂକ୍ରମିତ ହୋଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର