ଯୁବ ବର୍ଗର ୫୦% ନେଲେଣି ପ୍ରଥମ ଡୋଜ୍

ଭୁବନେଶ୍ବର : ରାଜ୍ୟର ଯୁବ ବର୍ଗ(୧୮-୪୪ବର୍ଷ) ୫୦ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଏହି ବର୍ଗର ୯୭ଲକ୍ଷ ୬ହଜାର ୩୦୮ ହିତାଧିକାରୀ ପ୍ରଥମ ଡୋଜ୍ ନେଇଥିବା ବେଳେ ୧୫ଲକ୍ଷ ୫ହଜାର ୭୪୫ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଏହାସହ ରାଜ୍ୟରେ ସମୁଦାୟ ୨କୋଟି ୫୩ଲକ୍ଷ ୩୬ହଜାର ୯୨୪ ଡୋଜ୍ ଟିକା ଦିଆଗଲାଣି।

ଆଜି ରାଜ୍ୟରେ ୧୦୫୫ ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିବା ବେଳେ ୨ଲକ୍ଷ ୨୯ହଜାର ୩୧୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୧୨ହଜାର ୫୯୪ ପ୍ରଥମ, ୨୭,୮୧୧ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ୪୫ବର୍ଷରୁ ଅଧିକ ୫୧,୯୪୬ ପ୍ରଥମ ଓ ୩୫,୯୪୧ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଏହାସହ ୧୭୨୪ ଗର୍ଭବତୀ ମହିଳା ଟିକା ନେଇ ସାରିଲେଣି। ଏହାକୁ ମିଶାଇ ସମୁଦାୟ ୧ଲକ୍ଷ ୩୩ହଜାର ୫୮୭ ଗର୍ଭବତୀ ମହିଳାଙ୍କୁ କରୋନା ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟରେ ୧୦୧ ଟିକାକରଣ ଅଧି‌ବେଶନ ଅନୁଷ୍ଠିତ ହେବ। ଏଥିରେ ପୁରୀ ୬୯, ଭୁବନେଶ୍ବର ୩୦ ଓ ଗଞ୍ଜାମରେ ୨ଟି ଅଧିବେଶନ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ରାଜ୍ୟ ସରକାର ଏବେ ଦୈନିକ ୪ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଟିକାକରଣ କରିବା ଉପରେ ବିଭାଗ ଜୋର ଦେଇଛି। ଏଥିପାଇଁ ଜିଲ୍ଲାମାନଙ୍କୁ ନୂତନ ଟିକାକରଣ ଲକ୍ଷ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର