ଝାଡ଼ାବାନ୍ତିରେ ବାଳକ ମୃତ, ୫୦ ଅସୁସ୍ଥ

ପୁରୀ : ବଳିଆପଣ୍ଡା ବସ୍ତି ମଙ୍ଗଳା ସାହିରେ ଜଣେ ନାବାଳକ ଆଜି ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଖବର ମିଳିଛି। ସିଡ଼ିଏମଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ଏକ ଡାକ୍ତରୀ ଦଳକୁ ସାଙ୍ଗରେ ନେଇ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ‘ଫନି’ ପରେ ପୁରୀ ଓ ଏହାର ଆଖପାଖ ଅଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବସ୍ତି ଅଞ୍ଚଳରେ ଲୋକମାନେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ପଡ଼ୁଛନ୍ତି। ଏବେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକେ ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ପରିମଳ ଉପରେ ଯଦି ପ୍ରଶାସନ ଏବେଠାରୁ ଦୃଷ୍ଟି ନଦିଏ, ତେବେ ଆଗାମୀ ଦିନରେ ସହରରେ ହଇଜା ବ୍ୟାପିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର