ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ପୀଠ ଭୀମକୁଣ୍ଡଠାରେ ଆଜି ୫୦ ହଜାର ଶ୍ରଦ୍ଧାଳୁ ପବିତ୍ର ମକର ବୁଡ ପକାଇଛନ୍ତି। ମକର ସଂକ୍ରାନ୍ତି ଅବସରରେ ଆଜି ସକାଳେ ଭୀମକୁଣ୍ଡଠାରେ କେନ୍ଦୁଝର, ମୟୁରଭଞ୍ଜ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମକର ସଂକ୍ରାନ୍ତି ତିଥିରେ ବୈତରଣୀ ନଦୀରେ ପିଣ୍ଡ ପକାଇଲେ ପୂର୍ବପୁରୁଷଙ୍କ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ଜନଶ୍ରୁତି ରହିଛି। ଏହି ଉପଲକ୍ଷେ ଭୀମକୁଣ୍ଡସ୍ଥିତ ପୂଣ୍ୟତୋୟା ବୈତରଣୀ ନଦୀରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇ ଜଳତର୍ପଣ କରିଥିଲେ। ଏଠାରେ ତିନି ଦିନ ମକର ମେଳା ଧୂମ୍ଧାମ୍ରେ ପାଳନ ହୋଇଥାଏ। କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତରେ ଥିବା ପ୍ରାକୃତିକ ଶୋଭାସଂପଦଭରା ଏହି ସ୍ଥାନଟି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ବୈତରଣୀ ଜଳଧାର ଭୀମରୂପରେ ଘୋଘୋ ଗର୍ଜନ କରି ପଥର ଚଟାଣ ଉପରେ କଚାଡି ପଡୁଥିବାରୁ ଏହାର ନାମକରଣ ଭୀମକୁଣ୍ଡ ହୋଇଛି। ତେବେ ଭୀମକୁଣ୍ଡର ଯେତିକି ବିକାଶ ହେବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ମୟୁରଭଞ୍ଜ ସୀମାରେ ମୟୁରଭଞ୍ଜ ପ୍ରଶାସନ ପକ୍ଷରୁ ଭୀମକୁଣ୍ଡ ମହୋତ୍ସବ ପାଳନ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆନଯିବା ପରିତାପର ବିଷୟ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ଭୀମକୁଣ୍ଡରେ ବୁଡ଼ ପକାଇଲେ ୫୦ ହଜାର ଶ୍ରଦ୍ଧାଳୁ
/sambad/media/post_attachments/wp-content/uploads/2018/01/bhim.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)