କାର୍‌ରୁ ମିଳିଲା ୫୦ ହଜାର, ସାଢ଼େ ୪ ଲକ୍ଷ ଗାଏବ!

ଜଣେ ଅଟକ, ତଦନ୍ତ ଜାରି

ପାରଳାଖେମୁଣ୍ଡି: ଆଜି ଅପରାହ୍ନରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି-ଗୁମ୍ମା ରାସ୍ତା ପାଞ୍ଚ ମାଇଲ ନିକଟରେ ଏକ ସନ୍ଦିଗ୍ଧ ଗାଡ଼ିକୁ ପିଛା କରି ପୁଲିସ ୫୦ ହଜାର ଟଙ୍କା ଜବତ କରିଛି। ଜଣକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ଗଜପତି ଜିଲ୍ଲା ଏସ୍‌ପି ସାରା ଶର୍ମା ସୂଚନା ଦେଇଛନ୍ତି। ଗାଡ଼ି ମାଲିକ ପାସୁପୁରେଡ଼ି ପୀତବାସଙ୍କ ନାମରେ ଥିବା ଏକ ମହିନ୍ଦ୍ରା ଟିୟୁଭି (ନମ୍ବର ଓଡ଼ି ୩୩/-ଡବ୍‌ଲ୍ୟ-୬୬୯୫) ଗୁମ୍ମା ଅଭିମୁଖେ ଯାଉଥିଲା। ନିର୍ବାଚନକୁ ଦୃଷ୍ଟିରେ ରଖି ପାଞ୍ଚ ମାଇଲ ନିକଟରେ ଗାଡ଼ି ଗୁଡ଼ିକୁ ପୁଲିସ ସ୍କ୍ବାଡ଼ ଦ୍ବାରା ଯାଞ୍ଚ କରାଯାଉଥିଲା। ଦୂରରୁ ଦେଖି ଗାଡ଼ିଟି କିଛି ଦୂରରେ ଅଟକି ପଛକୁ ଫେରି ଯାଉଥିଲା। ତେବେ, ପୁଲିସ ଷ୍ଟାଫ୍ ପିଛା କରି ଗାଡ଼ିଟିକୁ ଗୋଡ଼େଇ ଧରିଥିଲେ। ପରେ ଗାଡ଼ି ଯାଞ୍ଚ କରିବାରୁ ଏକ ପ୍ୟାକେଟ ଜବତ ହୋଇଥିଲା। ସେଥିରୁ ୫୦ ହଜାର ଟଙ୍କା ମିଳିଥିଲା। କିନ୍ତୁ, ଗାଡ଼ିରେ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ କାଗଜରୁ ୫ ଲକ୍ଷ ଟଙ୍କା ଉଠା ଯାଇଥିବା ଜଣାପଡ଼ିଛି। ଅବଶିଷ୍ଟ ସାଢେ ୪ ଲକ୍ଷ ଟଙ୍କା ସ˚ପର୍କରେ ପୁଲିସ ଖୋଳତାଡ଼ କରୁଥିବା ଏବ˚ ଥାନାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ପ୍ରକାଶ କରିଛନ୍ତି। ନିର୍ବାଚନୀ ଫ୍ଲାଇ˚ ସ୍କ୍ବାଡ ଥାନାରେ ପହଞ୍ଚି ପୁଲିସ ସହ ଟଙ୍କା ଜବତ ସ˚ପର୍କରେ ଆଲୋଚନା କରିଚନ୍ତି। ଟଙ୍କା ଅନ୍ୟ ଜଣକ ଏକାଉଣ୍ଟରୁ ଟ୍ରାନ୍‌ସ୍‌ଫର ହୋଇ ଆସିବା ପରେ ବ୍ୟାଙ୍କରୁ ଉଠାଯାଇଛି। ଅବଶିଷ୍ଟ ସାଢେ ୪ ଲକ୍ଷ ଟଙ୍କା ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ନଥିବା ବେଳେ ଗାଡ଼ିଚାଳକର ଗତିବିଧି ଉପରେ ସନ୍ଦେହ ଘନୀଭୂତ ହୋଇଛି।

ସମ୍ବନ୍ଧିତ ଖବର