ବ୍ୟାସନଗର : ୫୦ ବର୍ଷର ଘର ଭାଙ୍ଗିଲା ପୌର ପ୍ରଶାସନ

ବ୍ୟାସନଗର  : ବ୍ୟାସନଗର ପୌରାଞ୍ଚଳର ୨୨ ନମ୍ବର ୱାର୍ଡରେ ଥିବା ପୌରସଂସ୍ଥାର ପୁରୁଣା ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ୧୯୭୧ ମସିହାରେ ନିର୍ମିତ ଏହି ଘରକୁ ଆଜି ଜେସିବି ମେସିନରେ ଭଙ୍ଗାଯାଇଥିଲା। ଘର ଗୁଡ଼ିକ ବିପଦ ସ˚କୁଳ ଅବସ୍ଥାରେ ରହିଥିବା ବେଳେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ତେଣୁ ଘର ଗୁଡ଼ିକ ଭାଙ୍ଗି ଦେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଆଜି ପୌରଅଧିକାରୀ ଶୁଭେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ପୌର କର୍ମଚାରୀ ପହଞ୍ଚି ଏହି ୱାର୍ଡର ଓଁକାର ମନ୍ଦିର ନିକଟରେ ଥିବା ଦୋକାନ ଘରଗୁଡ଼ିକୁ ଭାଙ୍ଗି ଦେଇଥିଲେ। ତେବେ କିଛି ଦୋକାନୀଙ୍କ ଜିନିଷପତ୍ର ରହିଥିବାରୁ ସେମାନଙ୍କୁ ୩ଦିନ ସମୟ ଦିଆଯାଇଛି। ୩ଦିନ ପରେ ଅବଶିଷ୍ଟ ଘରଗୁଡ଼ିକୁ ଭାଙ୍ଗି ଦିଆଯିବ ବୋଲି କୁହାଯାଇଛି। ଉକ୍ତ ସ୍ଥାନରେ ନୂତନ ଘର ନିର୍ମାଣ କରାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବାର ଯୋଜନା ରହିଛି ବୋଲି ପୌର ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ପ୍ରାକ୍ତନ ନଗରପାଳ ସ୍ବର୍ଗତ କାହ୍ନୁ ଚରଣ ସାମଲ ଓ ପ୍ରାକ୍ତନ ଉପନଗରପାଳ ସ୍ବର୍ଗତ ନବଘନ ନାୟକଙ୍କ ସମୟରେ ଏଠାରେ ୨୫ଟି ଗୃହ ନିର୍ମାଣ କରାଯାଇ ମାଛ, ମା˚ସ, ତେଜରାତି ଓ ପରିବା ବ୍ୟବସାୟୀଙ୍କୁ ୫୦ ଟଙ୍କା ମାସିକ ଭଡ଼ାସୂତ୍ରରେ ଦିଆଯାଇଥିଲା।

ସମ୍ବନ୍ଧିତ ଖବର