ବାଲେଶ୍ବର ଓ ବଲାଙ୍ଗୀରରେ ୫୦୦ ଶଯ୍ୟାର ଚିକିତ୍ସାଳୟ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ

୧୧୭ କୋଟିରେ ଶିଳ୍ପ ଓ ଖଣିଜ ପରିବହନ ସୁଗମ ପାଇଁ ରାସ୍ତା ନିର୍ମାଣ ଯୋଜନା, ନୀଳଗିରିରେ ପିଇବା ପାଣି ପାଇଁ ଖର୍ଚ୍ଚ ହେବ ୧୪୯ କୋଟି ଟଙ୍କା

ଭୁବନେଶ୍ବର : ୧୬୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କରାଯିବ। ଓଡ଼ିଶା ଟିକସ ଓ ହିସାବ େସବା ନିୟମରେ ସରକାର ସଂଶୋଧନ କରିଛନ୍ତି। ଏହିଭଳି େମାଟ ୧୦ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିେନଟ୍ ଆଜି େମାହର ଲଗାଇଛି। ଆଜି ‌େଲାକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହିସବୁ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।

କ୍ୟାବିେନଟ୍ ନିଷ୍ପତ୍ତି ସଂପର୍କରେ ସୂଚନା େଦଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା େଲାକଙ୍କୁ ପିଇବା ପାଣି େଯାଗାଇ ଦେବା ଲାଗି ବସୁଧା େଯାଜନା କାର୍ଯ୍ୟକାରୀ େହଉଛି।

ଏହି କ୍ରମରେ ବାଲେଶ୍ବର ଜିଲ୍ଲାରେ େଗାଟିଏ ବୃହତ୍ ପାନୀୟ ଜଳ ପ୍ରକଳ୍ପ କରାଯିବ। ଏହି ପ୍ରକଳ୍ପ ଦ୍ବାରା ନୀଳଗିରି ବ୍ଲକ ଅଧୀନରେ ଥିବା ୧୭ଟି ପଞ୍ଚାୟତ ଅନ୍ତର୍ଗତ ୯୦ଟି ଗାଁରେ ରହୁଥିବା ପ୍ରାୟ ୯୦ ହଜାର ୨୧୯ େଲାକଙ୍କୁ ନିରାପଦ ପାଣି େଯାଗାଇ ଦିଆଯାଇପାରିବ। ଆଜି କ୍ୟାବିେନଟ୍ େମସର୍ସ ଜୁବେରି ଇଞ୍ଜିନିୟରିଂ କଂପାନି ଓ େମସର୍ସ େନକନ୍ ପାଵାର ଇନଫ୍ରାକୁ ୧୪୯ େକାଟି ୧୨ଲକ୍ଷ ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଦାୟିତ୍ବ ନ୍ୟସ୍ତ କରିଛନ୍ତି। ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

େକନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଭୁବନେଶ୍ବର ତହସିଲ ଅନ୍ତର୍ଗତ ବାଙ୍କୁଆଳ ମୌଜାରେ ଆଞ୍ଚଳିକ ଶିକ୍ଷା ଓ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୨ ଏକର ୪୭୮ ଡେସିମିଲ ଜମି ଦିଆଯିବ। ଏହି ସରକାରୀ ଜମି ବିନା ମୂଲ୍ୟରେ ଓ ବିନା ଆନୁଷଙ୍ଗିକ ଖର୍ଚ୍ଚରେ େଯାଗାଇ ଦେବାକୁ ସ୍ଥିର େହାଇଛି। ତେବେ ଗ୍ରାଉଣ୍ଟ େରଟ୍ ଓ େସସ୍ ବାବଦକୁ ୧ ଟଙ୍କା ଦେବାକୁ ପଡିବ।

ରାଜ୍ୟ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ବାଲେଶ୍ବର ଓ ବଲାଙ୍ଗୀର େମଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ୨ଟି ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ େଭଷଜ ଚିକିତ୍ସାଳୟ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ େଦଇଛନ୍ତି। ବଲାଙ୍ଗୀର ପାଇଁ ୧୪୫ େକାଟି ୬୦ଲକ୍ଷ ଖର୍ଚ୍ଚ େହବ ଏବଂ ମେସର୍ସ ଆଇରନ୍ ଟ୍ରାଙ୍ଗେଲ୍ ଲିମିେଟଡ୍ ଏହି କାର୍ଯ୍ୟ କରିବେ। ସଂପୃକ୍ତ କଂପାନି ୧୪୮ େକାଟି ୧୯ଲକ୍ଷ ଟଙ୍କା ବ୍ୟୟରେ ବାଲେଶ୍ବର େଭଷଜ ଚିକିତ୍ସାଳୟ ନିର୍ମାଣ ଦାୟିତ୍ବ ହାତକୁ ନେଇଛନ୍ତି। ଉଭୟ ପ୍ରକଳ୍ପକୁ ଅଢେଇ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସରକାର ତ୍ରୟୋଦଶ ଅର୍ଥ କମିସନଙ୍କ ସୁପାରିସ କ୍ରମେ ଜିଲ୍ଲା ଜଜଙ୍କୁ ପ୍ରଶାସନିକ େକ୍ଷତ୍ରରେ ସହଯୋଗ ଲାଗି ୩୨ଜଣ େକାର୍ଟ ମ୍ୟାନେଜରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟ ଉକ୍ତ େକାର୍ଟ ମ୍ୟାନେଜରଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ ଲାଗି ଆଦେଶ ଦେଇଥିବାରୁ ସରକାର ଏ ସଂକ୍ରାନ୍ତ ଓଡ଼ିଶା ସିନିୟର େକାର୍ଟ ମ୍ୟାନେଜର ଏଣ୍ଡ େକାର୍ଟ ମ୍ୟାନେଜର ରୁଲ୍ସ, ୨୦୧୯ ପ୍ରଣୟନ କରିଛନ୍ତି। ଆଜି କ୍ୟାବିନେଟରେ ଏହି ପ୍ରସ୍ତାବରେ େମାହର ଲାଗିଛି।

ରାଜ୍ୟ କ୍ୟାବିେନଟ୍ ଟମକା-ମଙ୍ଗଳପୁର ରାସ୍ତା (୦ ରୁ ୧୯ କିେଲାମିଟର ଓ ୨୮.୫୦୦ କିଲୋମିଟରରୁ ୩୫ କିେଲାମିଟର) ପ୍ରଶସ୍ତୀକରଣ ଓ ଉନ୍ନତୀକରଣ ପାଇଁ ନୀତିଗତ ନିଷ୍ପତ୍ତି େନଇଛନ୍ତି। ଟମକା ଠାରୁ ଜାତୀୟ ରାଜପଥ-୫୩ର ମଙ୍ଗଳପୁର ପର୍ଯ୍ୟନ୍ତ ୪୩ କିେଲାମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାକୁ ଚାରି େଲନ୍ କରାଯିବ। ଏହି ରାସ୍ତା କଣିହାଁ ଓ ସୁକିନ୍ଦାର ଖଣିଜ ଅଞ୍ଚଳରୁ ଡୁବୁରି ଠାରେ ଅବସ୍ଥିତ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସିଧା ସଂଯୋଗ କରିବ। ପରୋକ୍ଷରେ ଏହି ରାସ୍ତା ଦ୍ବାରା ରାଜ୍ୟର ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାକୁ ସଂଯୋଗ କରାଯାଇପାରିବ। ବିଶେଷକରି ଖଣିଜ ଓ ଶିଳ୍ପଜାତ ଦ୍ରବ୍ୟର ପରିବହନ ଜନିତ ଗହଳିକୁ ସୁଗମ କରିବାରେ ଏହି ରାସ୍ତା ସହଯୋଗ କରିବ। କ୍ୟାବିନେଟ୍ ନିଷ୍ପତ୍ତି କ୍ରମେ ସୁପର କ୍ଲାସ କଣ୍ଟ୍ରାକ୍ଟର ଶ୍ରୀ ଦୁର୍ଗା କନଡେଭ୍ ପ୍ରାଇଭେଟ୍ ଲିମିଟେଡ୍ ୧୧୭ େକାଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରିବେ। ୨ ବର୍ଷ ମଧ୍ୟରେ ନିର୍ମାଣ କାମ େଶଷ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଓଡ଼ିଶା ଟିକସ ଓ ହିସାବ ସେବା ନିୟମ, ୨୦୧୧ ସେଂଶାଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ରାଜ୍ୟରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ପ୍ରଚଳନ କରାଯାଇଥିବା ପରିପ୍ରେକ୍ଷୀରେ ଆର୍ଥିକ ସମ୍ବଳ ଓ ରାଜସ୍ବ େକ୍ଷତ୍ରର ଗୁରୁତ୍ବ ବଢିଛି। ଏଣୁ ଆର୍ଥିକ ସୁପରିଚାଳନା ନିମନ୍ତେ ସରକାର ମଞ୍ଜୁରିପ୍ରାପ୍ତ ୭୫୩ର ୨୦ ପ୍ରତିଶତ ପଦବିରେ େହଉଥିବା ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି। ପଦୋନ୍ନତି ମାଧ୍ୟମରେ ପୂରଣ େହଉଥିବା ୩୦ ପ୍ରତିଶତ ପଦବିକୁ ବୃଦ୍ଧି କରାଯାଇ ୫୦ ପ୍ରତିଶତ କରାଯାଇଛି। ସରକାର ବିଭାଗୀୟ ପରୀକ୍ଷା ଓ ତାଲିମ ଆଦିକୁ ସରଳୀକରଣ କରିଛନ୍ତି। ପୂର୍ବରୁ ଓଡ଼ିଶା ଟିକସ ଓ ହିସାବ ସେବା େକ୍ଷତ୍ରରେ କର୍ମଚାରୀ ସ୍ଥାୟୀ ହେବା ଲାଗି ବିଭାଗୀୟ ପରୀକ୍ଷା ଓ ମଧୁସୂଦନ ଦାସ ପ୍ରାଦେଶିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନର ତାଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ େହବାକୁ ପଡୁଥିଲା। େଯହେତୁ ଉଭୟ ପରୀକ୍ଷା ପ୍ରାୟତଃ ସମାନ, ଏଣୁ ବିଭାଗୀୟ ପରୀକ୍ଷାକୁ କ୍ୟାବିନେଟ୍ ଆଜି ବାଦ୍ ଦେଇଛନ୍ତି। ସିଧାସଳଖ ନିଯୁକ୍ତି ପାଉଥିବା ଅଧିକାରୀ ଏହି େସବାରେ େଯାଗଦେବା ପରେ ୨ ବର୍ଷ ପାଇଁ ପରିବୀକ୍ଷଣରେ ରହିବେ ଓ ପଦୋନ୍ନତି େକ୍ଷତ୍ରରେ ଏହି ସମୟ ସୀମା ଏକ ବର୍ଷ ରହିବ। ଶିକ୍ଷାନବୀଶ ଅଧିକାରୀ ବୃନ୍ଦ ପରିବୀକ୍ଷଣ ସମୟ େଶଷ ପରେ ଓ ନିର୍ଦିଷ୍ଟ ତାଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ େହବା ପରେ ସ୍ଥାୟୀ ନିଯୁକ୍ତି ପାଇବେ।

ସରକାର ସ୍ବଳ୍ପ ସଞ୍ଚୟ ଅଧିକାରୀଙ୍କ ପଦବିର ନାମ ନବୀକରଣ ଆବଶ୍ୟକତା ରହିଥିବା ଦର୍ଶାଇ ଏଥିରେ ପରିବର୍ତନ ଆଣିଛନ୍ତି। ଏଣିକି ଏହି ଅଧିକାରୀଙ୍କୁ ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଧିକାରୀ ଭାବେ ନାମିତ କରାଯାଇଛି।

ସମ୍ବନ୍ଧିତ ଖବର