ଓଡ଼ିଶା କିଛି ମାଗିନଥିଲା, କିନ୍ତୁ ପାଇଲା ୫୦୦ କୋଟିର କେନ୍ଦ୍ରୀୟ ସହାୟତା

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ କୌଣସି କେନ୍ଦ୍ରୀୟ ସହାୟତା ଦାବି କରାଯ଼ାଇନଥିଲା । କିନ୍ତୁ ବାତ୍ୟା ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୦୦ କୋଟିର ସହାୟତା ପ୍ରଦାନ କରିଛନ୍ତି। କେବଳ ଏତିକି ନୁହେଁ, ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯ଼ାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ଏହି ଅବସରରେ ଓଡ଼ିଶା ପକ୍ଷରୁ କୌଣସି ସହାୟତା ମଗାଯ଼ାଇନଥିଲା ବରଂ ନିୟମିତ ହେଉଥିବା ବାତ୍ୟାର ମୁକାବିଲା କରିବାକୁ ଦୀର୍ଘମିଆଦି ଭିତ୍ତିଭୂମି ବିକାଶ କରିବାକୁ ପାଣ୍ଠି ମଗାଯ଼ାଇଥିଲା ।

ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଥିଲେ ଯ଼େ ଦେଶ ଏକ କୋଭିଡ ମହାମାରୀର ସମ୍ମୁଖୀନ ହେବାକୁ କେନ୍ଦ୍ର ସରକାରଙ୍କୁ ତୁରନ୍ତ କୌଣସି ଆର୍ଥିକ ସହାୟତା ମଗାଯ଼ାଇନାହିଁ । ରାଜ୍ୟ ନିଜସ୍ବ ସୁତ୍ରରୁ ଏହାର ଭରଣା କରିବ । ତେବେ ରାଜ୍ୟରେ ବାତ୍ୟା ସହନଶୀଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ସହାୟତା ମଗାଯ଼ାଇଥିବା ସେ ଲେଖିଥିଲେ ।

ସମ୍ବନ୍ଧିତ ଖବର