ଯବାନଙ୍କ ପାଇଁ ୫ଶହ ରାଖୀ ପଠାଇଲେ

କବାଟବନ୍ଧ: ଦେଶର ସୁରକ୍ଷା ପାଇଁ ସୀମାନ୍ତରେ ଜଗିରହିଥିବା ଯବାନଙ୍କ ପାଇଁ ଆଜି କବାଟବନ୍ଧ ଅଞ୍ଚଳର ଛାତ୍ରୀମାନେ ୫ଶହ ରାଖୀ ପଠାଇଛନ୍ତି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ପରିଚାଳିତ ଶାଠଶାଳୀ ସମେତ ସୋରେଇଶ୍ବର ବିଦ୍ୟାପୀଠ, ଶ୍ରୀଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିର ତଥା ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ନିଜ ହାତରେ ଏହି ରାଖୀ ପ୍ରସ୍ତୁତ କରିବା ସହ ଜେନାପୁରସ୍ଥିତ ଡାକଘରର କର୍ମଚାରୀ ଅରୁଣ କୁମାର ଦାସଙ୍କ ଜରିଆରେ ସିଆଚିନ ଏବଂ କାଶ୍ମୀରରେ ଥିବା ଯବାନଙ୍କ ପାଖକୁ ପଠାଇଥିଲେ। ଭାରତ ମାତାକୀ ଜୟ, ବନ୍ଦେ ମାତରମ୍ ପ୍ରଭୃତି ସ୍ଲୋଗାନ ଦେଇ ଏବଂ ଜାତୀୟ ପତାକା ହାତରେ ଧରି ଛାତ୍ରୀମାନେ ଜେନାପୁର ଶିବମନ୍ଦିର ନିକଟରୁ ଡାକଘର ପର୍ଯ୍ୟନ୍ତ ଯାଇଥିଲେ। ଏହି କାର୍ଯକ୍ରମରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବାହକ ସରୋଜକାନ୍ତ ବେହେରା, ସଭ୍ୟ ସନ୍ତୋଷ କୁମାର ରାଉତ, ସୌମ୍ୟରଞ୍ଜନ ସାହୁ, ଯଶୋବନ୍ତ ସାହୁ, ମିଥୁନ ସାହୁ, ତାପସ ରାଉତ, ପ୍ରହଲ୍ଲାଦ ପାତ୍ର, ଶୁଭ୍ରାଂଶୁ ରଞ୍ଜନ ପାତ୍ର ଓ ସହିତ୍‌ କୁମାର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର