ପୁଣି କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ରାଜ୍ୟରେ ୫,୦୫୭ ଜଣ ପଜିଟିଭ ଚିହ୍ନଟ

୬୬୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୦୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୧୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୬୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୦ ଜଣ, ବାଲେଶ୍ୱରରୁ ୨୦୨ ଜଣ, ବରଗଡ଼ରୁ ୮୫ ଜଣ, ଭଦ୍ରକରୁ ୯୧ ଜଣ, ବଲାଙ୍ଗୀରରୁ ୧୩୩ ଜଣ, ବୌଦ୍ଧ ଜିଲ୍ଲାରୁ ୪୪, କଟକରୁ ୪୯୫ ଜଣ, ଦେବଗଡ଼ରୁ ୫୧ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୬୮, ଗଞ୍ଜାମରୁ ୬୦ ଜଣ, ଜଗତସିଂହପୁରରୁ ୧୨୫ ଜଣ, ଯାଜପୁରରୁ ୧୨୮ ଜଣ, ଝାରସୁଗୁଡ଼ାରୁ ୬୩ ଜଣ, କଳାହାଣ୍ଡିରୁ ୧୬୮ ଜଣ, କନ୍ଧମାଳରୁ ୮୬ ଜଣ, କେନ୍ଦ୍ରାପଡ଼ାରୁ ୧୪୪ ଜଣ, କେଉଁଝରରୁ ୧୨୮ ଜଣ, ଖୋର୍ଦ୍ଧାରୁ ୧୧୧୧ ଜଣ, କୋରାପୁଟରୁ ୭୬ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୩୫ ଜଣ, ନବରଙ୍ଗପୁରରୁ ୧୩୬, ନୟାଗଡ଼ରୁ ୨୧୭ ଜଣ, ନୂଆପଡ଼ାରୁ ୧୯୦ ଜଣ, ପୁରୀରୁ ୯୪ ଜଣ, ରାୟଗଡ଼ାରୁ ୮୫ ଜଣ, ସମ୍ୱଲପୁରରୁ ୧୭୯ ଜଣ, ସୋନପୁରରୁ ୧୦୪, ସୁନ୍ଦରଗଡ଼ରୁ ୪୨୯ ଜଣ ଓ ଷ୍ଟେଟ ପୁଲରୁ ୨୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨,୩୬, ୨୬୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧,୬୩, ୩୯୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୪, ୨୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୫୯୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୬ରେ ୭୪୨୬ ଜଣ, ୨୫ରେ ୫,୮୯୧ ଜାନୁଆରି ୨୪ରେ ୭୯୨୧, ଜାନୁଆରି ୨୩ ତାରିଖରେ ୮,୫୨୦ ଜାନୁଆରି ୨୨ରେ ୮,୮୪୫ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ, ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର