କଟକରୁ ଆଜି ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ ୧୧ ଜଣ

କଟକ: ଆଜି କଟକ ସହରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧ ଜଣ ଲୋକାଲ କେସ ହୋଇଥିବା ବେଳେ ୪୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏସସିବି ମେଡିକାଲ କଲେଜ କ୍ୱାରେଣ୍ଟାଇନ ସେଣ୍ଟରୁ ୨ ଜଣ, ଅନ୍ୟ ଜିଲ୍ଲାରୁ ଆସିଥିବା ଜଣେ ବ୍ୟକ୍ତି ଓ ଅନ୍ୟ ୪ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୩୩ ଜଣ ବ୍ୟକ୍ତି ହୋମ କ୍ୱାରେଣ୍ଟାଇନରେ ଥାଇ କରୋନାର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୫୪୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର

Comments are closed.