ଭୁବନେଶ୍ୱରରୁ ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬ଟି ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଙ୍ଗଳବାର ଟୁଇଟ କରି ସୂଚନା ଦିଆଯାଇଛି।

ଓଲଡ ଟାଉନ୍‌ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ୧୦ବର୍ଷର ବାଳକ, ଓଲଡଟାଉନ୍‌ ମହାଲକ୍ଷ୍ମୀ ନଗର ଅଞ୍ଚଳରୁ ୩୦ବର୍ଷର ପୁରୁଷ, ଓଲଡ ଟାଉନ୍‌ର କୋଟିତୀର୍ଥ ଲୋନ୍‌ ଅଞ୍ଚଳରୁ ଜଣେ ୫୬ବର୍ଷର ପୁରୁଷ, ଲକ୍ଷ୍ମୀସାଗର ଉପରସାହି ଅଞ୍ଚଳରୁ ୨୫ ଓ ୩୫ବର୍ଷର ଦୁଇଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ବର୍ଷର ଏକ ଶିଶୁ ବି ରହିଛି। ଏଥିସହିତ ଉକ୍ତ ଅଞ୍ଚଳରୁ ଜଣେ ୩୬ବର୍ଷ, ୩୯ବର୍ଷ ଓ ୨୭ବର୍ଷର ପୁରୁଷ ବି କରୋନାରେ ସଂକ୍ରମିତ ହୋଇଛନ୍ତି।

Bhubaneswar civic body seals ICT after faculty member tests ...
New Indian Express

ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରୁ ଜଣେ ୫୪ବର୍ଷର ପୁରୁଷ, ବରମୁଣ୍ଡା ହାଉସିଂବୋର୍ଡ କଲୋନିରୁ ୨୫ବର୍ଷର ପୁରୁଷ, ନୂଆଁ ଗାଁ ଜେନା ସାହିରୁ ଜଣେ ୨୯ବର୍ଷର ପୁରୁଷ, ରସୁଲଗଡ଼ ଆଦିମାତା କୋଲନିରୁ ୩୦ ଓ ୩୪ବର୍ଷର ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କଳିଙ୍ଗ ବିହାର କେ-୫ ଅଞ୍ଚଳରୁ ଜଣେ ୩୪ବର୍ଷର ପୁରୁଷ, କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ୫୭ବର୍ଷର ପୁରୁଷ, ନାଗେଶ୍ୱର ଟାଙ୍ଗୀ ହାଉସିଂବୋର୍ଡ କଲୋନିରୁ ଜଣେ ୫୫ବର୍ଷର ପୁରୁଷ, ୟୁନିଟ-୨ ଅଞ୍ଚଳରୁ ଜଣେ ୩୦ବର୍ଷର ପୁରୁଷ, ଘାଟିକିଆ ଦୁର୍ଗା ମଣ୍ଡପ ଅଞ୍ଚଳରୁ ଜଣେ ୨୨ବର୍ଷର ମହିଳା, ପଟିଆ ଶ୍ରୀ ବିହାର ଅଞ୍ଚଳରୁ ୨୦ବର୍ଷ ଓ ୪୦ବର୍ଷର ପୁରୁଷ, ନୟାପଲ୍ଲୀ ଗଦା ସାହି ଅଞ୍ଚଳରୁ ଜଣେ ୩୧ବର୍ଷର ପୁରୁଷ, ନୟାପଲ୍ଲୀ ଏନ୍‌-୫ ଅଞ୍ଚଳରୁ ଜଣେ ୨୫ବର୍ଷର ମହିଳା, ନୟାପଲ୍ଲୀ ସବର ସାହି ଅଞ୍ଚଳରୁ ଜଣେ ୫୫ବର୍ଷର ପୁରୁଷ, ନୟାପଲ୍ଲୀ ଆଇଡି ମାର୍କେଟ ଅଞ୍ଚଳରୁ ଜଣେ ୩୪ବର୍ଷର ପୁରୁଷ, ଝାରପଡ଼ା ଗଣେଶ ମଣ୍ଡପ ଅଞ୍ଚଳରୁ ଜଣେ ୨୫ବର୍ଷର ପୁରୁଷ, ଡୁମଡୁମା ଅଞ୍ଚଳରୁ ଜଣେ ୫୮ବର୍ଷର ଓ ୬୨ବର୍ଷର ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।

ସେହିପରି ସହିଦ ନଗର ଏମ୍ପଆର୍ସ‌ ହେଟେଲ ଅଞ୍ଚଳରୁ ଜଣେ ୪୨ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗାନଗର ଅଞ୍ଚଳରୁ ଜଣେ ୩୩ବର୍ଷର ପୁରୁଷ, ଡୁମଡୁମା ସୁବାଷ ନଗର ବସ୍ତି ଅଞ୍ଚଳରୁ ଜଣେ ୧୪ବର୍ଷର ବାଳିକା, ରସୁଲଗଡ଼ ପାଲା ମଣ୍ଡପ ଅଞ୍ଚଳରୁ ୨୬ବର୍ଷ ଓ ୨୨ବର୍ଷର ଦୁଇଜଣ ମହିଳା, ଗଜପତି ନଗର ଅଞ୍ଚଳରୁ ଜଣେ ୨୨ବର୍ଷର ପୁରୁଷ ଓ ବମିଖାଲ ଅଞ୍ଚଳରୁ ଜଣେ ୨୫ବର୍ଷର ପୁରୁଷଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

୧୬ଟି ସ୍ଥାନୀୟ କରୋନା ସଂକ୍ରମିତ ମାମଲା ମଧ୍ୟରୁ ସେଣ୍ଟ୍ରାଲ ଗର୍ଭରମେଣ୍ଟ ହସ୍‌ପିଟାଲ୍‌ କର୍ମଚାରୀ ଥିବା ୩୨ବର୍ଷର ଜଣେ ପୁରୁଷ ଓ ୨୫ବର୍ଷର ଜଣେ ମହିଳା କର୍ମଚାରୀ ରହିଛନ୍ତି।

Odisha reports 67 new COVID-19 cases, total rises to 1,660 ...
Deccan Herald

ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିୟାନ୍‌ ଅଞ୍ଚଳରୁ ଜଣେ ୨୭ ଓ ୫୦ବର୍ଷର ପୁରୁଷ, ଝାରପଡ଼ା ଲକ୍ଷ୍ମୀସାଗର ଅଞ୍ଚଳରୁ ଜଣେ ୩୯ବର୍ଷର ପୁରୁଷ, କଳିଙ୍ଗ ବିହାର କେ-୫ ଅଞ୍ଚଳରୁ ୬୫ବର୍ଷର ଓ ୨୮ବର୍ଷର ଦୁଇଜଣ ମହିଳା, ଶ୍ୟାମପୁର ରୋଡ ଭରତପୁର ଅଞ୍ଚଳରୁ ଜଣେ ୨୧ବର୍ଷର ମହିଳା, ଖାରବେଳ ନଗର ଅଞ୍ଚଳରୁ ଜଣେ ୨୮ବର୍ଷର ମହିଳା, ଶାସ୍ତ୍ରୀନଗର ଅଞ୍ଚଳରୁ ଜଣେ ୫୭ବର୍ଷର ପୁରୁଷ, ୟୁନିଟ-୬ ଗଙ୍ଗାନଗର ଅଞ୍ଚଳରୁ ୨୧ ଓ ୨୦ବର୍ଷର ପୁରୁଷ, ଶାସ୍ତ୍ରୀନଗର ଅଞ୍ଚଳରୁ ଜଣେ ୩୪ବର୍ଷର ମହିଳା, ଝାରପଡ଼ା ଜଗନ୍ନାଥ ନଗର ଲେନ୍‌ ଅଞ୍ଚଳରୁ ଜଣେ ୨୭ବର୍ଷର ପୁରୁଷ, ନୟାପଲ୍ଲୀ ଏନ୍‌-୩ ଅଞ୍ଚଳରୁ ଜଣେ ୨୮ବର୍ଷର ମହିଳା ଓ ନୟାପଲ୍ଲୀ ଏନ୍‌-୫ ଅଞ୍ଚଳରୁ ଜଣେ ୨୯ବର୍ଷର ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରୁ ୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖଣ୍ଡଗିରି ଅଞ୍ଚଳରୁ ଦୁଇଜଣ ମହିଳା, ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ଅଞ୍ଚଳରୁ ଜଣେ ୪୮ବର୍ଷର ପୁରୁଷ, ବିଜେବି ନଗର ପାଣିଟାଙ୍କି ଅଞ୍ଚଳରୁ ଜଣେ ୨୩ବର୍ଷର ପୁରୁଷ ଓ ଘରୋଇ ହସ୍‌ପିଟାଲର ଜଣେ ୩୫ବର୍ଷର ପୁରୁଷ କର୍ମଚାରୀ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି।

ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କୁ ମିଶାଇଲେ ରାଜଧାନୀ ଭୁବନେଶ୍ୱରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ରେ ପହଞ୍ଚିଥିବା ବେଳେ ଏଥିରୁ ୩୬୧ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ୧୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯୭ଟି ଏବେ ବି କରୋନା ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର