ଖୋର୍ଦ୍ଧା: ସରକାରୀ ସୂଚନାନୁସାରେ ଜିଲ୍ଲା​ରେ ଯେତିକି ଚାଷୀ ଅଛନ୍ତି, ଧାନ ବିକ୍ରି କରିବାକୁ ସେଥିରୁ କେବଳ ୨୩ ପ୍ରତିଶତ ଚାଷୀ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। କେବଳ ଏହାନୁହେଁ ଚଳିତ ଖରିଫ ଋତୁରେ ଯେତିକି ଚାଷୀ ଧାନ ବୁଣିବା ପାଇଁ ପୋର୍ଟାଲ୍ରେ ବିହନ ପାଇଁ ପଞ୍ଜୀକରଣ କରିଥିଲେ ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଚାଷୀ ଧାନ ବିକ୍ରି କରିବାକୁ ଆଗେଇ ଆସିଛନ୍ତି।
ଖୋର୍ଦ୍ଧା ଏଆର୍ସିଏସ୍ରୁ ମିଳିଥିବା ସୂଚନାନୁସାରେ, ଚଳିତ ମାସ ୨୭ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨ଲକ୍ଷ ୨୨ହଜାର ୨୫୦ଜଣ ଚାଷୀଙ୍କ ମଧ୍ୟରୁ ୫୧ହଜାର ୧୫୨ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଥିଲେ। ଏହା ମଧ୍ୟରୁ ୫୧ ହଜାର ୧୪୨ଟି ଆବଦନପତ୍ରକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଯାଞ୍ଚ ପରେ ୫୧ ହଜାର ୧୪୧ଟି ଆବେଦନ ଗ୍ରହଣ କରାଯାଇଥିଲା। ଆବେଦନ କରିଥିବା ଚାଷୀଙ୍କ ଚାଷ ଜମି ଯାଞ୍ଚ ପରେ ଚାଷ ଜମି ନଥିବା ହେତୁ ୧୦ଜଣଙ୍କ ଆବେଦନପତ୍ର ନାକଚ କରାଯାଇଛି ଓଜଣକ ଆବେଦନ ଯାଞ୍ଚ ହୋଇନାହିଁ। ଗୋଟିଏ ପଟେ କାଳିଆ ଯୋଜନା ଅନୁସାରେ ଜିଲ୍ଲାରେ ମୋଟ ଚାଷୀଙ୍କ ସଂଖ୍ୟା ଓ ଧାନ ମଣ୍ଡିରେ ନିମନ୍ତେ ପଞ୍ଜୀକରଣ ପାଇଁ ଆବେଦନ କରିଥିବା ଚାଷୀଙ୍କ ସଂଖ୍ୟା ମଧ୍ୟରେ ଆକାଶପାତାଳ ଫରକ ଥିବା ବେଳେ ବିହନ ପାଇଁ ୮୯,୬୨୦ଜଣ ଚାଷୀ ଅନ୍ଲାଇନ୍ ଆବେଦନ କରି ବିହନ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/ଖରିଫ-ଧାନ.jpg)