ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୫୨ ଜଣ ମିଲିସିଆ

ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ମଣ୍ଡଳର ଚାରୋଟି ଗ୍ରାମର ୫୨ ଜଣ ମିଲିସିଆ ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ଏସପି ଏବଂ ୧୪୧ ସିଆରପିଏଫ ବାଟାଲିୟନର ଅଧିକାରୀଙ୍କ ନିକଟରେ ଏହି ୫୨ ମିସିଲିଆ ଆତ୍ମସମର୍ପଣ କରିଛନ୍ତି। ଆଗକୁ ଆଉ ନକ୍ସଲଙ୍କୁ ସମର୍ଥନ କରିବେ ନାହିଁ ବୋଲି ପୁଲିସ ନିକଟରେ ସଫା ସଫା ମନା କରିଛନ୍ତି ଏହି ମିଲିସିଆମାନେ।

ଆଜି ବି ଚେରଲା ମଣ୍ଡଳର ନକ୍ସଲ ପ୍ରବଣ ଗ୍ରାମ ପାସୁଗୁପ୍ପା, ବାଟ୍ଟିଗୁଡମ, ବାଥିନିପାଲ୍ଲୀ, ଚେରାପୁରମ ଭଳି ଗ୍ରାମ ଗୁଡିକରେ ସରକାରୀ ମୌଳିକ ସୁବିଧା ପହଞ୍ଚିପାରି ନାହିଁ।ନକ୍ସଲ ଯୋଗୁଁ ଏଠାରେ ବିକାଶ ଠପ୍ ହୋଇ ପଡିଛି। ତେବେ ଲୋକେ ଏହା ଜାଣିବା ପରେ ଆଉ ନକ୍ସଲଙ୍କୁ ସମର୍ଥନ ନକରି ସରକାରଙ୍କୁ ସହଯୋଗ କରିବା ସହ ନିଜ ଅଂଚଳର ବିକାଶ ପାଇଁ ଲାଗି ପଡିବେ ବୋଲି ପୁଲିସ ନିକଟରେ କହିଛନ୍ତି। ପୁଲିସ ଓ ପ୍ରଶାସନ ଏମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବିକାଶକୁ ତ୍ବାରାନ୍ବିତ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର