କଟକ ସହରରେ ପୁଣି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ!

କଟକ: କଟକରେ କରୋନା ସ୍ଥିତି ସଙ୍ଗୀନ। ଗୋଟିଏ ଦିନରେ ପୁଣି କଟକ ସହରରେ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଚିନ୍ତା ବଢାଇଛି କଟକ ସହର। ସହରର ବିଭିନ୍ନ ସାହି, କଲୋନିରୁ ଏହି ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।ଏହା ଫଳରେ କଟକ ମହାନଗରରେ ଏଯାବତ୍ ମୋଟ୍ ୭୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।

ତେବେ କଟକ ସହରର କଣ୍ଟେନମେଣ୍ଟ ଜୋନ୍ ଘୋଷିତ ହୋଇଥିବା ଖଟ୍‌ବିନ୍‌ସାହିରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବା କିଛିଟା ଆଶ୍ବସ୍ତି ଆଣିଦେଇଛି। କିନ୍ତୁ ଏମ୍‌,ଏସ୍‌ . ଦାସ ବେତାର ଲେନ୍‌ରୁ ୨ଜଣ, ଆକାଶବାଣୀ କଲୋନିରୁ ୧, ନୂଆ ବଜାରରୁ ୬, ମାଲଗୋଦାମ ବେହେରା ସାହିର ୧୧ଜଣ, ଦେୱାନ ବଜାରରୁ ୧୯, ଛତ୍ର ବଜାରରୁ ୨, ଶଙ୍କରପୁରରୁ ୩, ସିଡିଏ ସେକ୍ଟର ୯ରୁ ୨, କେଶରପୁର, ଚୌଧୁରୀ ବଜାର, ତୁଳସୀପୁର, ପୁରୁଣା ରାଉସା ପାଟଣା ଓ ରେଳବାଇ କଲୋନିରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାଲଗୋଦାମ ବେହେରା ସାହି ପ୍ରଶାସନର ଚିନ୍ତା ବଢାଇଛି।
କଟକର ସାହି, ବସ୍ତି, ଗଳିକନ୍ଦିରେ ଏମିତି କରୋନା କାୟା ବିସ୍ତାର କଲାଣି ଯେ ଯାହାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି।

ଏଣେ କଟକ ଜିଲ୍ଲାରୁ ମୋଟ୍ ୬୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ବଡ଼ମ୍ବାରୁ ୧୧ ଜଣ, ବାରଙ୍ଗରୁ ୨ଜଣ ଓ ନରସିଂହପୁରରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାଛଡ଼ା କଟକ ସହରରେ ୫୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର