ନୂଆଦିଲ୍ଲୀ : ଏଥର ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ, ସେ ସମ୍ପର୍କରେ ରେଳମନ୍ତ୍ରୀ ରାଜେନ୍ ଗୋହିନ୍ ପ୍ରସ୍ତାବ ରଖିଛନ୍ତି। ଏଥିରେ ଓଡ଼ିଶାକୁ ରେଳ ବଜେଟ୍ରେ ୫ ହଜାର ୨୫୨ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ବଜେଟରେ ଓଡ଼ିଶା ପାଇଁ ୬ହଜାର ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିବା ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଥିଲେ। ତେବେ ରେଳମନ୍ତ୍ରୀ ଏଥର ଓଡ଼ିଶା ପାଇଁ ୫ହଜାର ୨୫୨ କୋଟି ଟଙ୍କାର ବ୍ୟବସ୍ଥା କରିଛି। ସୂଚନା ଯୋଗ୍ୟ ଯେ ଗତବର୍ଷ ଓଡ଼ିିଶାକୁ ରେଳବାଇ ବଜେଟରେ ୫ ହଜାର ୧୦୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ଗତ ବର୍ଷ ତୁଳନାରେ ଅଧିକ ୧୫୦ କୋଟି ଟଙ୍କାର ଅନୁଦାନ ପାଇଁ ବ୍ୟବସ୍ଥା କରାଯାଇଛି।
ଓଡ଼ିଶା ପାଇଁ ରେଳ ବଜେଟରେ ୫୨୫୨ କୋଟି ଟଙ୍କାର ବ୍ୟବସ୍ଥା, ଓଡ଼ିିଶା ଦାବି କରିଥିଲା ୬୫୦୦ କୋଟି
ଗତବର୍ଷ ତୁଳନାରେ ମାତ୍ର ୧୫୦ କୋଟି ଅଧିକ
/sambad/media/post_attachments/wp-content/uploads/2018/02/Rail-Budget_Odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)