ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ଦିନରେ ମୋଟ୍ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ଅଛନ୍ତି ୩୭ ହଜାର ୨୩୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀ, ୮୯୪୭ ଜଣ ସରପଞ୍ଚ ପ୍ରାର୍ଥୀ, ୬୨୦୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୪୮୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ। ନାମାଙ୍କନ ଦାଖଲ ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତକାଲି ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ।
ହିପରି ପଞ୍ଚାୟତ ନିର୍ବଚାନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାନୁଆରି ୧୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ନେଇ ପରିବେଶ ଫିକା ପଡିଥିଲା। ପ୍ରଥମ ଦିନରେ ରାଜ୍ୟରେ ୮୭୭୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ୧୧୨୨ ଜଣ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫୧୨ ଜଣ ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ୨୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ।