ଭୁବନେଶ୍ବର : ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟରେ କୋଭିଡ ସଂକ୍ରମଣ ୫୦ ଡେଇଁଛି। ଆଜି ରାଜ୍ୟରେ ୧୦ଟି ଜିଲ୍ଲାରୁ ୫୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ରାଜ୍ୟରେ ସମୁଦାୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଚଳିତମାସରୁ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି।
ସୋମବାର ଦିନ ରାଜ୍ୟରେ ୫୧୫୦ କୋଭିଡ ନମୁନା ପରୀକ୍ଷା ହୋଇଥିଲା। ସମ୍ବଲପୁରରେ ସର୍ବାଧିକ ୧୧, ସୁନ୍ଦରଗଡ଼ ୯, ନବରଙ୍ଗପୁର-ଖୋର୍ଧ-କଟକରେ ୮ ଲେଖାଏ, କୋରାପୁଟ ୪, ଦେବଗଡ଼ ୨, ବରଗଡ଼, ବଲାଙ୍ଗୀର, ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/covid-test-3a.jpg)