ରିପୋର୍ଟ: ‘ଫନି’ ଯୋଗୁଁ ୬୪,୩୦୪ ଟ୍ରାନ୍ସଫରମର, ୧,୨୩,୧୨୮ କିମି ବିଦ୍ୟୁତ ଲାଇନ କ୍ଷତିଗ୍ରସ୍ତ

ବାତ୍ୟା ଭାଙ୍ଗିଲା ୫୩ ହାଇଭୋଲଟେଜ୍‌ ଟାଓ୍ଵାରସ୍‌

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ର ତାଣ୍ଡବ ଯୋଗୁଁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ସଂପୂର୍ଣ୍ଣ ରୂପେ ଦୋହଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗତ ୩ ତାରିଖ ସକାଳ ୮ଟାରୁ ଅପରାହ୍ଣ ୪ଟା ଯାଏଁ ପାଖାପାଖି ୮ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଯୋଗୁଁ ମୋଟ ୬୪,୩୦୪ଟି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି। ଷ୍ଟେଟ ଇମରଜେନ୍ସି ଅପରେସନ୍‌ ସେଣ୍ଟର ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ବାତ୍ୟା ଯୋଗୁଁ ୧,୨୩, ୧୨୮ କିଲୋମିଟର ବିଜୁଳି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି, ଯାହାର ପ୍ରଭାବରେ ଏଯାଏଁ କୋଟିଏରୁ ଅଧିକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ରିପୋର୍ଟ ଅନୁସାରେ ୫୦୩୦ କିଲୋମିଟର ୩୩କେଭି ଲାଇନ୍‌, ୩୮,୬୧୩ କିଲୋମିଟର ୧୧ କେଭି ଲାଇନ୍‌ ଏବଂ ୭୯,୪୮୫ କିଲୋମିଟର ଏଲ୍‌ଟି ଲାଇନ୍‌ କ୍ଷତିଗ୍ରସ୍ତ ହୋଇଛି। ଗ୍ରୀଡ଼କୋ ପକ୍ଷରୁ ପୁରୀ, ନିମାପଡ଼ା, ମଂଚେଶ୍ୱର ଏବଂ ରଣସିଂହପୁରସ୍ଥିତ ୪ଟି ୧୩୨ କେଭି ଗ୍ରୀଡ଼ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଚନ୍ଦକା, ବିଡାନାସୀ, ସମଗ୍ରା ଓ ମେଣ୍ଢାଶାଳରେ ୪ଟି ୨୨୦ କେଭି ଗ୍ରୀଡ଼ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ ୫ଟି ୪୦୦ କେଭି ଟାଓ୍ଵାର ୨୭ଟି ୨୨୦ କେଭି ଟାଓ୍ଵାର ଓ ୨୧ଟି ୧୩୦ କେଭି ଟାଓ୍ଵାର କ୍ଷତି ପହଂଚାଇଛି।

ସମ୍ବନ୍ଧିତ ଖବର